ଘରୋଇକରଣକୁ ବିରୋଧ, ଧର୍ମଘଟରେ ସାମିଲ ହେଲେ ବ୍ୟାଙ୍କ କର୍ମଚାରୀ

ବଲାଙ୍ଗୀର : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରିଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌। ଫୋରମ ପକ୍ଷରୁ ଡାକରା ଦିଆଯାଇଥିବା ଦୁଇଦିନିଆ ଧର୍ମଘଟରେ ସାମିଲ ହୋଇଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର ବଲାଙ୍ଗୀର ଜିଲ୍ଲା ଶାଖା। ଆଜି ଏସ୍‌ବିଆଇ ସମ୍ମୁଖରେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂଘର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଧର୍ମଘଟ ଚାଲିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ଧର୍ମଘଟ ଯୋଗୁଁ ବ୍ୟାଙ୍କଗୁଡ଼ିକରେ ହେଉଥିବା କାମ ସବୁ ଠପ୍‌ ହୋଇପଡ଼ିଛି। ୟୁନିଅନ୍‌ର ବଲାଙ୍ଗୀର ଶାଖା ଆବାହକ ରୋହିତ ଶତପଥୀ, ଯୁଗ୍ମ ଆବାହକ ରୂପେଶ ଜାଲ, ସଭାପତି ଅରୁଣ ପଣ୍ଡା, ସଂପାଦକ ଗୋବର୍ଦ୍ଧନ ଦାସ ପ୍ରମୁଖ ଘରୋଇକରଣ କରାଯିବା ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଥିଲେ। ଧର୍ମଘଟରେ ଅନ୍ୟମାନଙ୍କ ମଧ୍ୟରେ ସୌରଭ ମେହେର, ସରୋଜ ନାୟକ, ସୁଚିସ୍ମିତା ନାଏକ, ସୁଶାନ୍ତ ପ୍ରଧାନ, ଅଶ୍ୱିନୀ ଦାଶ, ତାପସ ବହିଦାର, ପ୍ରକାଶ ପ୍ରଧାନ, ସୁଶାନ୍ତ ସ୍ୱାଇଁ, ଜ୍ୟୋତିର୍ମୟ ପଟେଲ, ପ୍ରକାଶ ମିଶ୍ର, ହୀରାଲାଲ ସାହୁ, ବିଜୟ ମହାନ୍ତି, ପିକେ ସ୍ୱାଇଁ, ସସ୍ମିତା ଶତପଥୀ, ନିବୃତ୍ତ ବହିଦାର, ଭରତ ଭୂଷଣ ମିଶ୍ର, ଆଶୁତୋଷ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର