ନେପାଳ ନାଗରିକଙ୍କୁ ଟିକା ଦେବାକୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ନେପାଳର ନାଗରିକଙ୍କୁ କରୋନା ଟିକା ପ୍ରଦାନ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସେମାନଙ୍କର କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ ନେଇ କୌଣସି ପରିଚୟ ପତ୍ର ନ ଥିବା ସତ୍ବେ ସେମାନଙ୍କୁ ଟିକା ପ୍ରଦାନ କରିବା ଲାଗି କୁହାଯାଇଛି। ରାଜ୍ୟରେ କେତେ ସଂଖ୍ୟାରେ ନେପାଳର ନାଗରିକ କାର୍ଯ୍ୟ କରୁଛନ୍ତି ସେ ସଂପର୍କରେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଉଲ୍ଲେଖ ଯେ, ସୁରକ୍ଷାକର୍ମୀ ଓ ଅନ୍ୟ କ୍ଷେତ୍ରରେ ନେପାଳର ନାଗରିକ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର