କଟକ ଜିଲ୍ଲାରୁ ଚିହ୍ନଟ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କଟକ ସହରର ବାସିନ୍ଦା

କଟକ: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡିଥିଲା | ସେହିପରି ଏମାନଙ୍କ ମଧ୍ୟରେ ୮ ଜଣ ଏନଡିଆରଏଫ ଯବାନ ଥିବା ନେଇ ସୂଚନା ଦେଇଥିଲା ସୂଚନା ଏବଂ ଲୋକସମ୍ପର୍କ ବିଭାଗ | ତେବେ ୨୮୨ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ଆଜି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୪ ଜଣଙ୍କ ମଧ୍ୟରୁ ୨ଜଣ କଟକ ସହରର ବୋଲି ସୂଚନା ଦେଇଛି କଟକ ମହାନଗର ନିଗମ |

ଚିହ୍ନଟ ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଣୀହାଟର ୩୩ବର୍ଷୀୟ ଯୁବକ ହୋଇଥିବା ବେଳେ ଅନ୍ୟ ଜଣେ କ୍ୟାଣ୍ଟନମେଣ୍ଟ ରୋଡ଼ରୁ ଚିହ୍ଟଟ ହୋଇଛନ୍ତି। ସେ ଜଣେ ୩୪ବର୍ଷିୟ ଯୁବକ ବୋଲି ଜଣାପଡ଼ିଛି | ଚିହ୍ନଟ ୨ଜଣ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣା ପଡିଛି | ୨ଜଣଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦୁହେଁ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଆରମ୍ଭ ହେବା ସହ ରାଣୀହାଟ ଓ କ୍ୟାଣ୍ଟନମେଣ୍ଟ ରୋଡ଼ରେ ସାନିଟାଇଜେସନ୍ କାର୍ଯ୍ୟ ଆରମ୍ଭ ହୋଇଛି |

ସମ୍ବନ୍ଧିତ ଖବର