ଲୋକସେବା ଭବନରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ

ଭୁବନେଶ୍ବର : ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ବୁଧବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ। ଶ୍ରୀମତୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନାହାନ୍ତି। ଜନଜାତି ମହିଳାଙ୍କ ପରି ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଦରି ନେଇଥିବା ପୂର୍ଣ୍ଣମାସୀ ଗତ ୪୦ବର୍ଷରୁ ଅଧିକ ସମୟ ଧରି ଆଧ୍ୟାତ୍ମିକ ବାଣୀ ପ୍ରଚାର କରି ଆସୁଛନ୍ତି। ଜିଜ୍ଞାସୁମାନଙ୍କ ଆଧ୍ୟାତ୍ମିକ ପ୍ରସଙ୍ଗ ସମ୍ବଳିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ବ‌େଳେ ସେ ଭଜନ ଓ ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରିଥାନ୍ତି। କୁଇ ଭାଷାରେ ସେ ହଜାର ହାଜର ଭଜନ ଓ ଆଧ୍ୟାତ୍ମିକ ବାଣୀ ପରିବେଷଣ କରି ଆସୁଛନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ବହୁ ଅନୁଗାମୀ ରହିଛନ୍ତି।

ସମ୍ବନ୍ଧିତ ଖବର