ଫେବ୍ରୁଆରି ୧ରୁ ପାଣି ପଞ୍ଚାୟତ ପକ୍ଷ

ଭୁବନେଶ୍ବର : ରାଜ୍ୟ ଜଳସଂପଦ ବିଭାଗରୁ ଆସନ୍ତା ଫେବ୍ରୁଆରି ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ହେବ। ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାର ଗୁଣାତ୍ମକମାନ ବୃଦ୍ଧି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି।

ଚଳିତବର୍ଷ ପାଣି ପଞ୍ଚାୟତ ପକ୍ଷ ଫେବ୍ରୁଆରି ୧ ତାରିଖରେ ସମସ୍ତ ଡିଭିଜନରେ, ଫେବ୍ରୁଆରି ୮ରେ ସମସ୍ତ ଜିଲ୍ଲା ଓ ଫେବ୍ରୁଆରି ୧୫ରେ ରାଜ୍ୟସ୍ତରରେ ଏହାକୁ ପାଳନ କରାଯିବ। ପାଣି ପଞ୍ଚାୟତର ଭୂମିକା ସଂପର୍କରେ ବାର୍ତା ନେଇ ସଚେତନତା ରଥ ପରିକ୍ରମା କରିବ। ଏହି ରଥ ପରିକ୍ରମା କାର୍ଯ୍ୟକୁ ବିଭିନ୍ନ ସ୍ଥାନରେ ବିଧାୟକ, ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ଶୁଭାରମ୍ଭ କରିବେ। କୋଭିଡ ପରିପ୍ରେକ୍ଷୀରେ ଗତ ୨ବର୍ଷ ଧରି ଏହି ପକ୍ଷ ପାଳନ ହୋଇପାରି ନଥିଲା।

ସମ୍ବନ୍ଧିତ ଖବର