ପିସିସି ପକ୍ଷରୁ ‘ଭାରତ ଯୋଡ଼ୋ’ ଯାତ୍ରାର ଉଦ୍‌ଯାପନୀ, ଗାନ୍ଧୀଜୀଙ୍କ ମହାପ୍ରୟାଣ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଉତ୍ସବ ଓ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ’ ଯାତ୍ରାର ଉଦ୍‌ଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଚନ୍ଦ୍ରଶେଖରପୁର ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ପିସିସି ଉପ-ସଭାପତି ଶିବାନନ୍ଦ ରାୟଙ୍କ ନେତୃତ୍ବରେ କଂଗ୍ରେସ ନେତୃବୃନ୍ଦ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହାପରେ ‘ଭାରତ ଯୋଡ଼ୋ’ ଯାତ୍ରାର ଉଦ୍‌ଯାପନୀ ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ନେତୃବୃନ୍ଦ ଜାତୀୟ ସଂଗୀତ ଗାନ କରିଥିଲେ। ହିଂସା, ଘୃଣା ଓ ବିଦ୍ବେଷ ବିରୋଧରେ ଦେଶବାସୀ ଏକାଠି ହୋଇଥିବା ‘ଭାରତ ଯୋଡ଼ୋ’ ସୂଚାଉଥିବା ନେତୃବୃନ୍ଦ ମତ ପ୍ରକାଶ କରିଥିଲେ। ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ବଜିତ ଦାଶ ଏହାକୁ ସଂଯୋଜନା କରିଥିବା ବେଳେ ‌ଜ୍ୟୋତିଷ ସାହୁ ପରିଚାଳନା କରିଥିଲେ। ଏହାସହ ଦଳର ୩୩ଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼ୋ’ ଯାତ୍ରାର ଉଦ୍‌ଯାପନ ଓ ଗାନ୍ଧୀଜୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ସୁଦର୍ଶନ ଦାସ, ଅମିୟ ପଟ୍ଟନାୟକ, ରଜନୀ ମହାନ୍ତି, ରବି ରାୟ, ବିସ୍ମୟ ମହାପାତ୍ର, ମନୋଜ ସାହୁ, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, ଭାସ୍କର ସେଠୀ, ଏମ୍‌.ଡି ସାହାଦୁଲ୍ଲା, କୁସୁମ ପ୍ରଧାନ, ମିତ୍ରଭାନୁ ମହାପାତ୍ର, ଲିଙ୍ଗରାଜ ସାହୁ, ଖଗେଶ୍ବର ମଲ୍ଲିକ, ମନୋରଂଜନ ରାଉତରାୟ, ଛବି ମହାନ୍ତି, ଶ୍ରୀଧର ବଳିୟାରସିଂହ, କୁଳମଣି ସାହୁ, ସାଗର ପରିଡ଼ା, ଦେବରାଜ ମିଶ୍ର, ପ୍ରସନ୍ନ ନାୟକ, ପୁଷ୍ପିତା ଦାସ, ପମି ମିଶ୍ର, ସେକ୍ ତାକୱିମ୍, ଅକ୍ଷୟ ଦାସ, ପ୍ରଭାତ ପ୍ରତାପ ସିଂ, ଉମେଶ ଦାସ, ବସନ୍ତ ପଣ୍ଡା, ଦେବେନ୍ଦ୍ର ପ୍ରସାଦ ଦାସ, ମଣ୍ଟୁ ମଲ୍ଲିକ, ରବୀନ୍ଦ୍ର ପଣ୍ଡା, ବିଷ୍ଣୁ ଦାସ ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର