ଟିଟିଲାଗଡ଼: ଏକାଧିକ ଯାତ୍ରୀ ବଗି ଛାଡ଼ି ପଳାଇଲା ଟ୍ରେନ୍‌, ଯାତ୍ରୀ ଭୟଭୀତ

ଟିଟିଲାଗଡ଼: ଇଞ୍ଜିନ ବଦଳାଇବା ବେଳେ ଶନିବାର ରାତିରେ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ର ଏକାଧିକ ଯାତ୍ରୀ ବଗିକୁ ଛାଡ଼ି ପଳାଇଛି। ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାର ପୁରୀରୁ ଅହମଦାବାଦ ଯାଉଥିବା ଟ୍ରେନ୍‌ ଟିଟିଲାଗଡ଼ ଜଙ୍କସନ୍‌ରେ ଇଞ୍ଜିନ ବଦଳାଉ ଥିଲା। ଏହାରି ଭିତରେ ସିଗନାଲ ଜନିତ ସମସ୍ୟା ହେଉ ବା କର୍ମଚାରୀଙ୍କ ଅବହେଳା ହେଉ, କିଛି ଯାତ୍ରୀ ବଗିକୁ ଛାଡ଼ି ପଳାଇଥିଲା। ଟ୍ରେନ୍‌ ଯାଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଷ୍ଟେସନରେ ଅଟକି ଥିଲା। ସେତେବେଳକୁ ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର