ଗଠନ ହେଲା ପିସିସି କମିଟି, କଂଗ୍ରେସର ଏହି ନେତାମାନଙ୍କୁ ମିଳିଲା ବଡ ଦାୟିତ୍ୱ

ଭୁବନେଶ୍ୱର: ବହୁ ବାଦ ବିବାଦ ଭିତରେ ଶେଷରେ ଗଠନ ହୋଇଛି ପିସିସି କମିଟି । ଯେଉଁଥିରେ ୧୨ ଜଣ ନେତାଙ୍କୁ ଉପସଭାପତି ପଦ ମିଳିଥିବାବେଳେ ୨୦ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଏହି କମିଟିରେ ୪୬ ଜଣଙ୍କୁ ସମ୍ପାଦକ ପଦ ମଧ୍ୟ ଦିଆଯାଇଛି । କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ, କଂଗ୍ରେସ ସଭାପତିଙ୍କ ଅନୁମତି କ୍ରମେ ପ୍ରେସରିଲିଜ୍ ଜାରି କରି ଏହି ସୂଚନା ଦେଇଛନ୍ତି ।

ଏହି କମିଟିରେ ସ୍ଥାନ ପାଇଥିବା ୧୨ ଜଣ ଉପସଭାପତିଙ୍କ ଭିତରେ ରହିଛନ୍ତି ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ସରସ୍ୱତୀ ହେମ୍ବ୍ରମ୍, ଶିବାନନ୍ଦ ରାୟ, ସୁରେଶ ମହାପାତ୍ରଙ୍କ ଭଳି ଲୋକ । ସେହିପରି କିଶୋର ଚନ୍ଦ୍ର ତରାଇଙ୍କୁ ମଧ୍ୟ ଟ୍ରେଜରର ଭାବେ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ରବୀନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ଲଲାଟେନ୍ଦୁ ମହାପାତ୍ର, ଅଶୋକ ଦାସଙ୍କ ଭଳି ନେତାଙ୍କୁ ସାଧାରଣ ସମ୍ପାଦକ ଭାବେ କମିଟିରେ ରଖାଯାଇଛି । ସେହିପରି ଏହି କମିଟିରେ ୪୬ ଜଣ ସମ୍ପାଦକ. ୩୨ ଜଣ ଏକ୍ସକୁଟିଭ୍ କମିଟି ମେମ୍ବରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି ।

ସମ୍ବନ୍ଧିତ ଖବର