ଏସ୍‌ଏନ୍‌ ତିୱାରିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ବର : ଆଇପିଏସ୍‌ ତଥା ପୂର୍ବତନ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରିଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଖରିଆରରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତଃ ତିୱାରି ପୁଲିସ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟରେ ବିଭିନ୍ନ ପଦପଦବିରେ ରହିଥିଲେ। ବିଶେଷକରି ଆଇନଶୃଙ୍ଖଳା ରକ୍ଷ କରିବାରେ ତାଙ୍କର ଭଲ ଦକ୍ଷତା ଥିଲା। ପ୍ରଥମ ଓଡ଼ିଆ ଅଫିସର ଭାବେ ସ୍ବର୍ଗତଃ ତିୱାରି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏସ୍‌ପିଜି ନିର୍ଦ୍ଦେଶକ ଥିଲେ। ଆଭ୍ୟନ୍ତରୀଣ ନିରାପତ୍ତା ଓ ନକ୍ସଲ ଦମନ ପାଇଁ ଓଡ଼ିଶାରେ ବହୁ ପ୍ରଚେଷ୍ଟା କରି ସଫଳ ହୋଇଥିଲେ। ସେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗର ଯୁଗ୍ମ ସଚିବ ଭାବେ ରହି ଦେଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ ଦେହାନ୍ତରେ ଦେଶ ଓ ରାଜ୍ୟ ଏକ କର୍ତ୍ତବ୍ୟନିଷ୍ଠ ପୁଲିସ ଅଫିସରଙ୍କୁ ହରାଇଲା। ସ୍ବର୍ଗତଃ ତିୱାରିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର