ଆଜି ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। କେତେବେଳେ ଫଳ ବାହାରିବ, ସେନେଇ ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସୂଚନା ଅନୁସାରେ, ଦିନର ‌ଯେକୌଣସି ସମୟରେ www.orissaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ନିଜର ରୋଲ୍‌ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ‌ଫଳ ଉପଲବ୍ଧ ହେବ। ଉକ୍ତ ଦୁଇଟି ବିଭାଗର ମୋଟ ୨ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ଯେଉଁଥିରେ କଳା ବିଭାଗର ୨ଲକ୍ଷ ୨୧ ହଜାର ଓ ଧନ୍ଦାମୂଳକରେ ୨୭‌ହଜାର ଛାତ୍ରଛାତ୍ରୀ ରହିଛନ୍ତି। ଉଭୟ ବିଭାଗରେ ରେଗୁଲାରରେ ପାସ୍‌ହାର ୯୦%ରୁ ଅଧିକ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର