ଓଡ଼ିଶାର ଐତିହ୍ୟ ଏହାର ପ୍ରାଚୀନତାରେ ଭରି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କଶ୍ମୀର: ଓଡ଼ିଶାର ଐତିହ୍ୟ ପ୍ରାଚୀନତାରେ ଭରି ରହିଛି। ଐତିହ୍ୟର ପ୍ରଚାର ପ୍ରସାର ଲାଗି ଜ୍ଞାନକୌଶଳର ବ୍ୟବହାର କଲେ ପର୍ଯ୍ୟଟନର ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଛାତ୍ରୀ ଅଙ୍କିତା କୁଣ୍ଡୁୁଙ୍କ ପ୍ରଶ୍ନର ଉତ୍ତରରେ ମୋଦି ଏହା କହିଛନ୍ତି। ଶିକ୍ଷା ସହିତ ପର୍ଯ୍ୟଟନକୁ କିପରି ଯୋଡ଼ାଯାଇପାରିବ, ସେ ନେଇ ଅଙ୍କିତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଥିଲେ। ଜମ୍ମୁ କଶ୍ମୀର ଗସ୍ତରେ ମୋଦି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ ମୋଦିଙ୍କୁ ଅଙ୍କିତା ପ୍ରଶ୍ନ କରିବାର ସୁଯୋଗ ପାଇଥିଲେ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ରବିବାର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଓଡ଼ିଶାରେ ୬ଟି ମଡେଲ ଡିଗ୍ରୀ କଲେଜ ଉଦ୍‌ଘାଟନ କରିଛନ୍ତି। ସେହିଭଳି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରେ ମୋଦି ଇଣ୍ଟରପ୍ରିନରସିପ ଇନୋଭେସନ ଆଣ୍ଡ କ୍ୟାରିୟର ହବ୍‌ ଉତ୍କଳ ବିଶ୍ୱବିଦ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଜମ୍ମୁ କଶ୍ମୀର ଗସ୍ତରେ ମୋଦି ବିଜୟପୁରରେ ଏକ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍‌) ଏବଂ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି) ସମେତ ୬୦୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେହିପରି ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର