ସାନିଟାଇଜେସନ୍ ପାଇଁ ଆସନ୍ତାକାଲିଠାରୁ ଜୁଲାଇ ୧୩ପର୍ଯ୍ୟନ୍ତ ବନ୍ଦ ରହିବ ପୁଲିସ ସେବା ଭବନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ବରରେ ଥିବା ପୁଲିସ ସେବା ଭବନ । ଏ ନେଇ ଆଜି କମିସନରେଟ ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଲିସ ସେବା ଭବନକୁ ସାନିଟାଇଇଜ୍ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି ।

କମିସନରେଟ ପୁଲିସ କରିଥିବା ଟୁଇଟ୍ ଅନୁଯାୟୀ, ପୁଲିସ ସେବା ଭବନର କର୍ମଚାରୀ ଏବଂ ଏଠାକୁ ଆସୁଥିବା ଲୋକମାନଙ୍କ ପାଇଁ ଜୁଲାଇ ୧୧ ତାରିଖ ସକାଳ ୯ଟାରୁ ଜୁଲାଇ ୧୩ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ପୁଲିସ ସେବା ଭବନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ସାନିଟାଇଜ୍ କରାଯିବ ବୋଲି ଟୁଇଟ୍ କରି ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର