ବଦଳିଲା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପଦ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ ଓ ମହିଳା)ଙ୍କ ପଦ ବଦଳିବ। ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବେ ବହୁମୁଖୀ ସ୍ୱାସ୍ଥ୍ୟ ସହାୟକ ଭାବେ ପରିଗଣିତ ହେବେ। ସେହିପରି ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏଏନ୍‌ଏମ୍‌ ଭାବେ ଗଣାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଅନୁମୋଦନ କରିବା ସହିତ ପଦ ବଦଳିବା ନେଇ ଅର୍ଥ ବିଭାଗ ସହମତି ଲୋଡ଼ା ଯାଇଛି। ଉଲ୍ଲେଖ ଯେ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ ଓ ମହିଳା) ସେମାନଙ୍କ ପଦ ବଦଳିବା ପାଇଁ ଦାବି କରି ଆସୁଥିଲେ। ସେମାନଙ୍କ ଦାବିକୁ ବିଚାରକୁ ନେଇ ଏହି ପଦ ପରିବର୍ତନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥ ବିଭାଗର ସହମତି ପରେ ଏ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର