ବଡ଼ଚଣାରେ ପୋଷ୍ଟର୍‌ ରାଜନୀତି

ମାଷ୍ଟର୍‌ ମାଇଣ୍ଡ୍‌ କିଏ: ବିରୋଧୀ ନା ପ୍ରତିଦ୍ୱନ୍ଦ୍ୱୀ?

ଯାଜପୁର: ଶାସକ ଦଳର ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ନିନ୍ଦିତ କରିବା ପାଇଁ ଚାଲିଛି ପୋଷ୍ଟର ରାଜନୀତି। ଶ୍ରୀ ଶତପଥୀ ଜିଲ୍ଲାରେ ବରିଷ୍ଠ ଓ ରାଜ୍ୟରେ ଶ୍ରେଷ୍ଠ ବୋଲି ସ୍ଳୋଗାନ୍‌ ଜୋର ଧରିଥିବା ବେଳେ କେତେକ କନିଷ୍ଠ ଏଥିରେ ଈର୍ଷାନ୍ଵିତ ହୋଇ ଏପରି କରିଥାଇ ପାରନ୍ତି ବୋଲି ଚର୍ଚା ହେଉଛି। ଅନ୍ୟପଟେ ଏହା ବିରୋଧୀଙ୍କ କାମ ବୋଲି କେତେକ ଦଳୀୟ ନେତା ମତବ୍ୟକ୍ତ କରିଛନ୍ତି। ଏପରିକି ବିଜେପି ନେତ୍ରୀ ଶ୍ରୀମନ୍ତିନୀ ଜେନା ଓ ଶ୍ରୀ ଶତପଥୀଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ବିଜେଡ଼ି ସାଂସଦ ମୋହନ ଯେନା ମଧ୍ୟ ଏହି ଘଟଣରାକୁ ଦୃଢ ନିନ୍ଦା କରିବା ସହ ଏହା ଲୋକପ୍ରତିନିଧି ଓ ମହିଳାଙ୍କ ପ୍ରତି ଅସମ୍ମାନ ବୋଲି କହିଛନ୍ତି। ଏହି ହୀନ ଉଦ୍ୟମକୁ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ବିରୋଧ କରିବା ଉଚିତ୍‌ ବୋଲି ଶ୍ରୀ ଯେନା କହିଛନ୍ତି। ଶାସକ ଦଳ ମୁଖ୍ୟ ସଚେତକଙ୍କ ସହ ମହିଳା, ଝିଅମାନଙ୍କ ଫଟୋ ଯୋଡ଼ି ପୋଷ୍ଟର ଛାପିବା ଘଟଣାରୁ ଗମ୍ଭୀର ଭାବେ ପୁଲିସ ଗ୍ରହଣ କରିଛି। ବାଲିଚନ୍ଦ୍ରପୁର ଥାନା ପୁଲିସ୍‌ କାଳିଆ ବିଶ୍ୱାଳଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ବୋଲି ଥାନାଧିକାରୀ ରାକେଶ ତ୍ରିପାଠୀ କହିଛନ୍ତି। ପୋଷ୍ଟର୍‌ ମାମଲାର ମାଷ୍ଟର୍‌ ମାଇଣ୍ଡ୍‌ ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ଚର୍ଚ୍ଚା ହେଉଛିି। ଶ୍ରୀ ଶତପଥୀଙ୍କ ବିରୋଧୀ ଓ ପ୍ରତିଦ୍ୱନ୍ଦ୍ୱୀମାନେ ଭୁବନେଶ୍ୱରରେ ରହୁଥିବାରୁ ପୁଲିସ କାହାକୁ ଖୋଜୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର