ଅଙ୍ଗନବାଡ଼ି କେନ୍ଦ୍ରରେ ତାଲିକାଭୁକ୍ତ ହେବେ ପ୍ରବାସୀ ଶ୍ରମିକଙ୍କ ୬ ବର୍ଷରୁ କମ୍ ପିଲା
ଚାଇଲ୍ଡଲାଇନ୍କୁ ୫୦ ପ୍ରତିଶତ ଅଧିକ କଲ୍
ଭୁବନେଶ୍ବର : କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟରେ ଗର୍ଭବତୀ ଓ ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ େଯାଗାଇ ଦିଆଯାଉଥିବା ଶୁଖିଲା ରାସନ୍ ନିୟମିତ ଭାବେ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି। ଏବେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର ୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲିମଭୁକ୍ତ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହି ହିତାଧିକାରୀଙ୍କୁ ଅତିରିକ୍ତ ପୁଷ୍ଟିସାଧନ ଯୋଗାଇ ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଅଙ୍ଗନବାଡ଼ି କର୍ମୀମାନେ ସାମାଜିକ ଦୂରତା ରକ୍ଷା କରି ହିତାଧିକାରୀମାନଙ୍କ ଘରେ ଛତୁଆ, ଅଣ୍ଡା ଆଦି ବଣ୍ଟନ କରୁଛନ୍ତି। ୩-୬ ବର୍ଷ ବୟସର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ଜଳଖିଆ ବାବଦକୁ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ମଧ୍ୟ ଶୁଖିଲା ରାସନ୍ ବଣ୍ଟାଯାଉଛି। ପ୍ରତି ମାସର ୧ ତାରିଖରେ ଶୁଖିଲା ରାସନ୍ ବଣ୍ଟନ ବ୍ୟବସ୍ଥାରେ ଜୁନ୍ ୧ ତାରିଖରେ ୭୨,୫୮୭ଟି ଅଙ୍ଗନବାଡ଼ି ଅଧୀନରେ ୪୧,୨୭,୦୫୦ ଜଣ ହିତାଧିକାରୀଙ୍କୁ ଶୁଖିଲା ରାସନ୍ ବଣ୍ଟାଯାଇଛି। ଏହା ଦ୍ବାରା ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଜଣ ଶିଶୁ, ୩ ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ପ୍ରାକ୍ ବିଦ୍ୟାଳୟ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ଉପକୃତ ହୋଇଛନ୍ତି। ଏହି ବଣ୍ଟନ ବ୍ୟବସ୍ଥାକୁ ତଦାରଖ କରିବା ନିମନ୍ତେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ଏହା ଦ୍ବାରା ଠିକ୍ ସମୟେର ଉତ୍ତମ ଗୁଣବତ୍ତାର ରାସନ୍ ବଣ୍ଟନକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।