ପ୍ରଭାତ ତ୍ରିପାଠୀଙ୍କୁ ଅନୁବା‌ଦ ପୁରସ୍କାର

ଭୁବନେଶ୍ବର : ବିଶିଷ୍ଟ ଅନୁବାଦକ ପ୍ରଭାତ ତ୍ରିପାଠୀ ହିନ୍ଦୀ ଭାଷା‌େର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ କବି ହରପ୍ରସାଦ ଦାସଙ୍କ ଓଡ଼ିଆ କବିତା ସଙ୍କଳନ ‘ବଂଶ’ (ମହାଭାରତ କବିତା)ର ହିନ୍ଦୀ ଅନୁବାଦ ପାଇଁ ସେ ଏହି ପୁରସ୍କାର ପାଇବେ। ଛତିଶଗଡ଼ର ରାୟଗଡ଼ରେ ଜନ୍ମିତ ଶ୍ରୀ ତ୍ରିପାଠୀ ହେଉଛନ୍ତି ଜଣାଶୁଣା ହିନ୍ଦୀ ଲେଖକ ଓ ଅନୁବାଦକ। ସେ ଓଡ଼ିଶାରେ ଶିକ୍ଷାଦାନ କରିବା ସହିତ ହିନ୍ଦୀ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ତ୍ରିପାଠୀଙ୍କ ରଚିତ ପୁସ୍ତକ ମଧ୍ୟରେ ରହିଛି ‘ଖିଡ୍‌କି କେ ବରସାତ୍’, ‘ନହିଁ ଲିଖ୍ ସକା ମେଁ’, ‘ସଡକ୍ ପର ଚୁପ୍‌ଚାପ୍’, ‘ଲିଖା ମୁଝେ ବୃକ୍ଷୋଁ ନେ’ ଏବଂ ‘ସପ୍‌ନା ସୁରୁ’ ଇତ୍ୟାଦି। ଓଡ଼ିଆ ଭାଷାର କେତେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକକୁ ସେ ହିନ୍ଦୀ ଭାଷାରେ ଅନୁବାଦ କରିଛନ୍ତି। ପୂର୍ବରୁ ସେ ବାଗେଶ୍ବରୀ ପୁରସ୍କାର, ମାଖନଲାଲ ଚତୁର୍ବେଦୀ ପୁରସ୍କାର ଏବଂ ସୌହାର୍ଦ୍ଦ୍ୟ ପୁରସ୍କାର ଆଦି ସମ୍ମାନ ଓ ସ୍ବୀକୃତି ପାଇଛନ୍ତି।

ସମ୍ବନ୍ଧିତ ଖବର