ଜାମିନ୍‌ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଜାମିନ ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାଣପୁରସ୍ଥିତ ସହକାରୀ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଦେବା ଅଭିଯୋଗରେ ଶ୍ରୀ ଜଗଦ୍ଦେବଙ୍କୁ ପୁଲିସ ଗିରଫ କରିଥିଲା। ମାର୍ଚ୍ଚ ୨୨ରେ ବାଣପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଖାରଜ ହୋଇଥିଲା। ଏହା ପରେ ସେ ସହକାରୀ ଦୌରା ଜଜ ଅଦାଲତରେ କରିଥିବା ଜାମିନ ଆବେଦନ ମାର୍ଚ୍ଚ ୩୧ରେ ଖାରଜ ହୋଇଥିଲା।

ସମ୍ବନ୍ଧିତ ଖବର