ଏନ୍‌ଏଚ୍‌-୬୦କୁ ୬ ଲେନ୍‌ କରିବାକୁ ନୀତିନ ଗଡ଼କରୀଙ୍କ ସହ ପ୍ରତାପ ଷଡ଼ଙ୍ଗୀଙ୍କ ଆଲୋଚନା

ବାଲେଶ୍ବର: ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ବରରୁ ଖଡ଼ଗପୁର ଯାଇଥିବା ରାସ୍ତାକୁ ୬ ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ପ୍ରାଧିକରଣ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିବା ସହ ଏନେଇ ଲିଖିତ ଚିଠି ପ୍ରଦାନ କରିଛନ୍ତି। ୨୦୧୧-୧୨ ମସିହାରେ ଏହି ପ୍ରକଳ୍ପ ହେବାକୁ ଥିବାବେଳେ କୌଣସି କାରଣରୁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ଅଟକି ରହିଯାଇଥିବା ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚିଠିରେ ଦର୍ଶାଇଛନ୍ତି। ଏହି ରାସ୍ତା ରାଜ୍ୟ ବାହାରକୁ ସଂଯୋଗ କରୁଛି। ତେଣୁ ବାଲେଶ୍ବର ସମେତ ପଶ୍ଚିମବଙ୍ଗର ମେଦିନୀପୁର ଓ ଖଡ଼ଗପୁରର ଅଞ୍ଚଳର ଲୋକମାନେ ମଧ୍ୟ ଏହି ରାସ୍ତା ନିର୍ଭର କରୁଛନ୍ତି। ଦିନକୁଦିନ ବୃଦ୍ଧି ପାଉଥିବା ଯାନବାହନ ଏବଂ ଜନସଂଖ୍ୟା ଯୋଗୁଁ ଏହି ରାସ୍ତାକୁ ପ୍ରଶସ୍ତିକରଣ କରାଯିବାର ଆବଶ୍ୟକତା ରହିଛି। ଏହାର ଉନ୍ନତି ହେଲେ ସ୍ଥାନୀୟ ଲୋକ ଉପକୃତ ହେବା ସହିତ ସେମାନଙ୍କ ଆର୍ଥିକ ବିକାଶରେ ଉନ୍ନତି ହେବ।

ସମ୍ବନ୍ଧିତ ଖବର