ଭୁବନେଶ୍ୱର : ୨୦୧୧ ମସିହା ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ପଣ୍ଡିତ ନୀଳକଣ୍ଠ ଦାସ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ପୁରସ୍କାର ଗ୍ରହଣ କରିଛନ୍ତି। ବାଚସ୍ପତି ପ୍ରଦୀପ ଅମାତ ତାଙ୍କ ବିଧାନସଭା କାର୍ଯ୍ୟାଳୟରେ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ପୁରସ୍କାର ଚୌଦ୍ୱାର-କଟକବାସୀଙ୍କ ପାଇଁ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେବ ବୋଲି କହିଥିଲେ।