ବାତ୍ୟା ‘ଫନି’ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି : ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ, ଏନଡିଆରଏଫ୍ ଟିମ୍ ପୁରା ପ୍ରସ୍ତୁତି ସହ ସଜାଗ

ଭୁବନେଶ୍ୱର : ଓଡ଼ିଶା ଆଡକୁ ମାଡି ଆସୁଛି ବାତ୍ୟା ‘ଫନି’। ବାତ୍ୟାରେ କ୍ଷୟକ୍ଷତି ନେଇ ସମସ୍ତେ ଆଶଙ୍କାରେ ଅଛନ୍ତି ଏବଂ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ବି କରାଯାଉଛି । ଓଡ୍ରାଫ, ଏନଡିଆରଏଫ୍ ଟିମ୍ ଏଥିପାଇଁ ପୁରା ପ୍ରସ୍ତୁତି ସହ ସଜାଗ ଅଛନ୍ତି। ଏଭଳି ସ୍ଥିତିରେ ସବୁଠାରୁ ବଡ ଚ୍ୟାଲେଂଜ୍ ହେଉଛି ବାତ୍ୟାର ମୁକାବିଲା । ଆଉ ବାତ୍ୟା ଫନିର ମୁକାବିଲା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି ।

ବାତ୍ୟାର ମୁକାବିଲା ପାଇଁ ୨୫ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି।
ଓଡ୍ରାଫର ୧୮ଟି ୟୁନିଟ୍ ବାତ୍ୟା ପ୍ରଭାବିତ ଅଂଚଳରେ ନିୟୋଜିତ ହୋଇଛନ୍ତି।
ଅଗ୍ନିଶମ ବିଭାଗର ୨୫ଟି ଟିମକୁ ମୁକାବିଲା ପାଇଁ ନିଯୁକ୍ତ କରାଯାଇଛି ।
୨ଟି ଓଡ୍ରାଫ ଏବଂ ୩ ଏନଡିଆରଏଫ୍ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଛି ।
ଉଦ୍ଧାର ପାଇଁ ୩ଟି ଜାହାଜ ପଠାଇଛି ନୌସେନା ।
୬ଟି ଏୟାରକ୍ରାଫ୍ଟ ଏବଂ ୭ ହେଲିକପ୍ଟର ବିଶାଖାପାଟଣାରେ ପ୍ରସ୍ତୁତ ରହିଛି ।

ଏହା ବ୍ୟତୀତ ଆସନ୍ନ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ,
ରନ୍ଧା ଖାଦ୍ୟ, ପିଇବା ପାଣି, ଆଲୁଅ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପରିମଳ ସୁବିଧା କରାଯାଇଛି ।
ବୃଦ୍ଧ, ମହିଳା ଏବଂ ଶିଶୁଙ୍କ ଯତ୍ନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଆକାଶ ମାର୍ଗରୁ ବଂଟନ ପାଇଁ ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ରଖାଯାଇଛି ।
ରିଲିଫ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ୩ଶହ ମୋଟର ବୋଟ୍ ପ୍ରସ୍ତୁତ ରହିଛି ।
ରିଲିଫ୍ ସମାଗ୍ରୀ ବଂଟନ ପାଇଁ ପ୍ରତିରକ୍ଷା ବିଭାଗର ୨ଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।

ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରସ୍ତୁତ ଥିବା ବେଳେ
୭୪୩ ପିଭିସି ଟ୍ୟାଙ୍କ୍ ଏବଂ ୬୮୮ ଗାଡ଼ି ପ୍ରସ୍ତୁତ ରହିଛି ।
୩୮୪୦ ଓଭରହେଡ୍ ଟ୍ୟାଙ୍କରେ ପାଣି ମହଜୁତ ରଖାଯାଇଛି ।
ମରାମତି ପାଇଁ ୨୦୩ ବିଦ୍ୟୁତ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ।
୩୭୩ଟି ମୋବାଇଲ ମରାମତି ୟୁନିଟ୍ ତୟାର ରହିଛି ।
୬୦୪ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଗୃହକୁ ସ୍ଥାନାନ୍ତର କରାଯାଇଛି ।
୪୯୫ଟି ଆମ୍ବୁଲାନ୍ସ ଏବଂ ୨୪୨ ପାୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି ।

ବାତ୍ୟା ମୁକାବିଲାର ଏହି ବ୍ୟାପକ ପ୍ରସ୍ତୁତ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସମୀକ୍ଷା ବୈଠକ କରିଛନ୍ତି ।

ସମ୍ବନ୍ଧିତ ଖବର