ପୁରୀରେ ଭଙ୍ଗାଗଲା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ

ପୁରୀ: କିଛି ଦିନର ବ୍ୟବଧାନ ପରେ ପୁଣି ପୁରୀ ବଜାରରେ ବୁଲିଲା ପ୍ରଶାସନର ବୁଲଡୋଜର । ଆଜି ମୋଚି ସାହିସ୍ଥିତ ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ ଦୋକାନକୁ ଭଙ୍ଗା ଯାଇଛି । ବିପଦସଂକୁଳ ଦୋକାନଗୁଡ଼ିକୁ ଭାଙ୍ଗିବା ନେଇ ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ପ୍ରଶାସନର ନୋଟିସ ଆଧାରରେ ଦୋକାନୀ ଦୋକାନ ଖାଲି କରିବା ପରେ ଆଜି ଉଚ୍ଛେଦ କରାଯାଇଛି । ପ୍ରାୟ ୫୮ଟି ଦୋକାନ ଭାଙ୍ଗି ଦେଇଛି ପ୍ରଶାସନ ।
ତେବେ ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ ଏକ ବହୁତଳ ବିଶିଷ୍ଟ ନୂତନ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଅନ୍ୟ ସାମଗ୍ରୀ ଦୋକାନ ରହିବ । ଏହା ସହିତ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଯୋଜନା କରାଯାଇଛି । ଫଳରେ ରଥଯାତ୍ରା ସମୟରେ ପାର୍କିଂ ଅସୁବିଧା ଦୂର ହେବ । ତେବେ ପୁରୀକୁ ବିଶ୍ୱ ଐତିହ୍ୟ କରିବାକୁ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ଏହା ତାହାର ଏକ ଅଂଶ ଅଟେ ।

ମହୋଦଧୀ ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ କରିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭତିରେ ମାର୍କେଟ୍ କମ୍ପେକ୍ସରେ ଦୋକାନ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ସ୍ଥାନୀୟ ଦୋକାନୀ ପ୍ରତିକ୍ରିୟା ରଖିଛନ୍ତି ।

ସମ୍ବନ୍ଧିତ ଖବର