ରଜରେ ରେଡିଓ ଚକ୍‌ଲେଟ୍‌ର ଭେଟି : ‘ବନ୍ଦେ ବନ୍ଦେ ମୋ ଓଡ଼ିଶା ମାଟି…

ଭୁବନେଶ୍ୱର : ଓଡ଼ିଶାର ନମ୍ବର୍ ୱାନ୍ ଏଫ୍ଏମ୍ ‘ରେଡିଓ ଚକଲେଟ୍‌’ ତା’ର ପ୍ରିୟ ଶ୍ରୋତାମାନଙ୍କୁ ରଜ ମଉଜରେ ମନୋରଂଜନ ପାଇଁ ଭେଟି ଦେଇଛି ନୂଆ ଗୀତ ‘ବନ୍ଦେ ବନ୍ଦେ ମୋ ଓଡ଼ିଶା ମାଟି..’। ଗୀତଟିକୁ ରଚନା କରିଛନ୍ତି ଯତୀନ୍ଦ୍ର ପ୍ରଧାନ। ସଂଗୀତରେ ସଜାଇଛନ୍ତି ବିଶ୍ୱ ସ୍ୱରୂପ ମହାପାତ୍ର। କଣ୍ଠଦାନ କରିଛନ୍ତି ଯଶସ୍ୱିନୀ ଓ ଅସୀମା ପଣ୍ଡା। ସଂଗ୍ରାମ ମିଶ୍ରଙ୍କ କ୍ରିଏଟିଭ୍ ସୁପରଭିଜନ୍‌ରେ ପ୍ରସ୍ତୁତ ଏହି ଗୀତର ଭିଡ଼ିଓ ରେଡିଓ ଚକଲେଟ୍‌ର ୟୁ-ଟ୍ୟୁବ୍ ଚ୍ୟାନେଲ୍‌ରେ ଗତ ବୁଧବାର ମୁକ୍ତିଲାଭ କରିବା ପରେ ଦର୍ଶକମାନଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଛି। ସ୍ବ ମଧୁର ସଂଗୀତ ସହ ମିଠା ମିଠା ଶବ୍ଦରେ ପ୍ରସ୍ତୁତ ଗୀତଟି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ସବୁ ବର୍ଗର ଲୋକଙ୍କୁ ଏହା କିମିଆ କରୁଛି। ରେଡିଓ ଚକଲେଟ୍‌ର ମୋବାଇଲ୍‌ ଆପ୍‌ରେ ମଧ୍ୟ ଏହି ଗୀତଟି ଉପଲବ୍ଧ।

ସମ୍ବନ୍ଧିତ ଖବର