ଓୟୁଏଟି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନ ବିଭିନ୍ନ ମହାବିଦ୍ୟାଳୟରେ ସ୍ନାତକ(ୟୁଜି) ବିଭାଗରେ ନାମଲେଖା ପାଇଁ ଗତ ମେ’ ୧୯ରେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରବେଶିକା ଫଳ ବାହାରିବା ପରେ ଛାତ୍ରଛାତ୍ରୀ ଅନଲାଇନ୍‌ରେ ଫର୍ମ-ବି ପୂରଣ କରିବେ। ଏହାପରେ ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିୟର‌୍‌ ମାର୍କକୁ ମିଶାଇ ରୢାଙ୍କ ପ୍ରସ୍ତୁତ ହେବ। ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ରୢାଙ୍କ ପ୍ରକାଶ ପାଇବ। ଜୁଲାଇ ୨୦ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ସହ ଅଗଷ୍ଟ ୭ରୁ ପାଠପଢ଼ା ଆରମ୍ଭ ହେବ ବୋଲି ଓୟୁଏଟି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ବେହେରା କହିଛନ୍ତି। ଓୟୁଏଟି ପ୍ରବେଶିକା ପରୀକ୍ଷାରେ ରୢାଙ୍କ ପାଇବା ପରେ ଛାତ୍ରଛାତ୍ରୀ କୃଷି ମହାବିଦ୍ୟାଳୟ, ବନ ମହାବିଦ୍ୟାଳୟ, କୃଷି ଯାନ୍ତ୍ରିକ ଇଞ୍ଜିନିୟରି˚ ମହାବିଦ୍ୟାଳୟ, ଉଦ୍ୟାନ କୃଷି ମହାବିଦ୍ୟାଳୟ, ପଶୁ ବିଜ୍ଞାନ ଓ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ, କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟ ଓ ରଙ୍ଗେଇଲୁଣ୍ତାସ୍ଥିତ ମତ୍ସ୍ୟ ‌କଲେଜର ୬୬୫ ସିଟ୍‌ରେ ନାମ ଲେଖାଇପାରିବେ। ଓୟୁଏଟିର ସ˚ରକ୍ଷଣ ନୀତି ଅନୁସାରେ ନାମଲେଖା ହେବ।

ସମ୍ବନ୍ଧିତ ଖବର