ଓଡ଼ିଶାରେ ଏପର୍ଯ୍ୟନ୍ତ ୩୧% କମ ବୃଷ୍ଟିପାତ, ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା : ଆଇଏମଡି

ଭୁବନେଶ୍ବର : ମରୁଡ଼ି ଆଡ଼କୁ ମୁହାଁଇଛି ଓଡ଼ିଶା । ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ନିଅଣ୍ଟ ଦେଖାଦେଇଛି । ଆଗକୁ ସ୍ଥିତି କଣ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର ।

ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ଅଗଷ୍ଟ ୨୩ ସୁଦ୍ଧା ମାତ୍ର ୫୮୪ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକଠାରୁ ୩୧ ପ୍ରତିଶତ ନିଅଣ୍ଟ । ଓଡ଼ିଶାର ମୋଟ ୩୦ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ବର୍ଷା ନିଅଣ୍ଟ ରହିଛି । ଏସବୁ ଜିଲ୍ଲାରେ ବର୍ଷା ନିଅଣ୍ଟ ପରିମାଣ ୫୯ ପ୍ରତିଶତରୁ ୨୦ ପ୍ରତିଶତ ମଧ୍ୟରେ ରହିଛି । କେବଳ ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନୂଆପଡ଼ାରେ ସ୍ବାଭାବିକ ବର୍ଷା ।

ଅନ୍ୟପକ୍ଷରେ ଆଗକୁ ମଧ୍ୟ ଯେ ଭଲ ବର୍ଷା ହେବ ସେ ନେଇ କୌଣସି ଭରସା ଦେଇପାରୁନି ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୂର୍ବଳ ହୋଇଯାଇଛି । ପୁଣି ଆସନ୍ତା କିଛି ଦିନ ପାଇଁ ରାଜ୍ୟରେ ଶୁଖିଲା ପାଗ ରହିବ । ଏହା ନିଅଣ୍ଟିଆ ପରିମାଣକୁ ଆହୁରି ବଢାଇବ ।

 

ସମ୍ବନ୍ଧିତ ଖବର