ରାଜ୍ୟସଭା ଟିକଟ ପାଇବାକୁ ନେଇ ଲବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟସଭା ପାଇଁ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏଥିପାଇଁ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ଆଜି ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ରମେଶ କହିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାରିଛି ଏବଂ ଟିକେଟ୍ ପାଇବେ ବୋଲି ଆଶା ଅଛି ।

image source–zee news

ଗତକାଲି ମଧ୍ୟ ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ପୂର୍ବତନ ସାଂସଦ କୂଳମଣି ସାମଲ ଆସି ଲବି କରିଥିବା ଜଣାପଡିଥିଲା । ଏପ୍ରିଲ ମାସରେ ୪ ରାଜ୍ୟସଭା ଆସନ ଖାଲି ହେବ । ଏହି ଆସନ ପୂରଣ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି ନିର୍ବାଚନ କମିଶନ ।

ସଂଖ୍ୟା ଦୃଷ୍ଟିରୁ ବିଜେଡିରୁ ୩ଜଣ ରାଜ୍ୟସଭାକୁ ଯିବା ସ୍ପଷ୍ଟ ଥିବାରୁ ବିଜେଡି ନେତା ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଲବି । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର