ରଥଯାତ୍ରା : କ’ଣ ରହିଛି ସର୍ତ୍ତ

୧. ରଥଯାତ୍ରା ସମୟରେ ପୁରୀ ସହରର ସମସ୍ତ ପ୍ରବେଶ ପଥ, ବିମାନ ବନ୍ଦର, ରେଳଷ୍ଟେସନ, ବଡ଼ଦାଣ୍ଡ ଇତ୍ୟାଦି ବନ୍ଦ ରହିବ।

୨.ରଥ ଗଡ଼ିବା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ। ଆଉ ଯେତେବେଳେ ଆବଶ୍ୟକତା ହେବ ରାଜ୍ୟ ସରକାର କର୍ଫ୍ୟୁ ଜାରି କରିପାରିବେ। କର୍ଫ୍ୟୁ ସମୟରେ କେହି ସେମାନଙ୍କ ଘରୁ, ହୋଟେଲ, ଲଜିଂରୁ ବାହାରିପାରିବେ ନାହିଁ। ରାତି ୮ଟାରୁ କର୍ଫ୍ୟୁ ଜାରି କରାଯିବ।

୩. ସର୍ବାଧିକ ୫୦୦ ବ୍ୟକ୍ତି ପ୍ରତ୍ୟେକ ରଥକୁ ଟାଣି ପାରିବେ। ପ୍ରତ୍ୟେକ ୫୦୦ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯିବ। କୋଭିଡ୍ ପରୀକ୍ଷାରେ ନେଗେଟିଭ୍‌ ଆସିଲେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବ। ୫୦୦ ଜଣଙ୍କ ମଧ୍ୟରେ ଅଧିକାରୀ ଓ ପୁଲିସ ରହିବେ।

୪. ଦୁଇଟି ରଥ ମଧ୍ୟରେ ଗୋଟିଏ ଘଣ୍ଟାର ବିରତି ରହିବ।

୫. ଯେଉଁମାନେ ରଥ ଟଣାରେ ସାମିଲ ହେବେ ସେମାନେ ରଥ ଟଣା ପୂର୍ବରୁ ଓ ପରେ ସାମାଜିକ ଦୂରତା ପାଳନ କରିବେ।
୬. କରୋନା ପରୀକ୍ଷାରେ ନେଗେଟିଭ ଆସିଥିବା ବ୍ୟକ୍ତି ରୀତିନୀତିରେ ସାମିଲ ବେହା ସହ ସାମାଜିକ ଦୂରତାକୁ ବଜାୟ ରଖିବେ।

୭. ରଥଯାତ୍ରା ଆୟୋଜନ କରିବାର ଦାୟିତ୍ବ ସର୍ତ୍ତ ଓ ଅନ୍ୟାନ୍ୟ ନିୟମ ସହିତ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଇନଚାର୍ଜଙ୍କର ରହିବ। କମିଟିର ପ୍ରତ୍ୟେକ ସଦସ୍ୟ କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତଗୁଡ଼ିକୁ ପାଳନ କରିବା ସହିତ କେନ୍ଦ୍ର ସରକାରଙ୍କ ଜନସ୍ବାସ୍ଥ୍ୟ ସମ୍ପର୍କିତ ସାଧାରଣ ନିର୍ଦ୍ଦେଶାବଳୀକୁ ପାଳନ କରିବେ। ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଅଧିକୃତ ଅଧିକାରୀ ସେମାନଙ୍କ ଦାୟିତ୍ବ ପ୍ରତି ସଜାଗ ରହିବେ।

୮. ବୈଦ୍ୟୁତିକ ଗଣମାଧ୍ୟମ ଦ୍ବାରା ରଥଯାତ୍ରା ଓ ରୀତିନୀତିର ମାଗଣାରେ ଉତ୍ତୋଳନ କରାଯାଇପାରିବ। ଟିଭି କ୍ୟାମେରା ଲଗାଇବା ପାଇଁ ଅନୁମତି ରାଜ୍ୟ ସରକାର ଦେବେ।

୮. ରାଜ୍ୟ ସରକାର ଆବଶ୍ୟକ ସାହାଯ୍ୟ କେନ୍ଦ୍ର ସରକାରଙ୍କ ପାଖରୁ ନେଇପାରିବେ।

୯. ରାଜ୍ୟ ସରକାର ରଥଯାତ୍ରା ଓ ରୀତିନୀତିରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କର ବିସ୍ତୃତ ରେକର୍ଡ ତଥା ସେମାନଙ୍କର ସ୍ବାସ୍ଥ୍ୟବସ୍ଥାର ସୂଚନା ରଖିବେ।

୧୦. ନ୍ୟୂନତମ ସଂଖ୍ୟାରେ ଲୋକଙ୍କୁ ରୀତିନୀତିରେ ସାମିଲ ହେବା ପାଇଁ ମନ୍ଦିର କମିଟି ଅନୁମତି ଦେବ।

ସୁପ୍ରିମକୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶରେ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା, ସେଥିରେ ପୁରୀରେ ସୀମିତ ରୂପେ ବିନା ଜନସମାଗମରେ ରଥଯାତ୍ରା କରାଯିବାକୁ ନେଇ ଗଜପତି ମହାରାଜାଙ୍କ ପ୍ରସ୍ତାବ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ଯଦି ବିନା ଜନସମାଗମରେ ରଥଯାତ୍ରା ସମ୍ଭାବନାକୁ ସୁନିଶ୍ଚିତ କରାଯାଇପାରିବ, ତାହାହେଲେ ରଥଯାତ୍ରା ସୁରକ୍ଷିତ ଭାବେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ କାହିଁକି ଟଣା ଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର