ଭିନ୍ନ ପରମ୍ପରାରେ ଶେରଗଡ଼ରେ ପାଳିତ ହେଲା ରଥଯାତ୍ରା, ରଥ ଉପରେ ବିଜେ ହେଲେ ଶାଳଗ୍ରାମ, ସେବାୟତ ଟାଣିଲେ ରଥ

ଶେରଗଡ଼: ଏକ ଭିନ୍ନ ପରମ୍ପରାରେ ଆଜି ଗଂଜାମ ଜିଲ୍ଲାର ଶେରଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ ଯୋଗୁଁ ଯାତ୍ରା ବନ୍ଦ ହୋଇ ଯାଇଥିବା ଯୋଗୁଁ ଆଜି ଶେରଗଡ଼ରେ ଏକ ତିନି ଫୁଟିଆ ରଥ ନିର୍ମାଣ କରାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା। ପାରମ୍ପରିକ ରୀତିରେ ମନ୍ଦିର ପରିସରରେ ସୂର୍ଯ୍ୟ ପୂଜା, ସୁଦର୍ଶନ, ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି କରାଯିବା ପରେ ସନ୍ଧ୍ୟାରେ ଛୋଟ ରଥ ଉପରେ ପ୍ରଭୁଙ୍କ ଶାଳଗ୍ରାମକୁ ବିଜେ କରାଯିବା ପରେ ଶେରଗଡ଼ ରାଜ ପରିବାର ଏବଂ ସେବାୟତଙ୍କ ଦ୍ୱାରା ରଥ ଟଣା ଯାଇଥିଲା ମନ୍ଦିର ଭିତରେ ତିନି ଠାକୁରଙ୍କ ସମ୍ମୁଖରେ ନୀତିକାନ୍ତି ପରେ ଶାଳଗ୍ରାମ ବିଜେ ରଥକୁ ଗରୁଡ଼ ଖମ୍ବ ସମ୍ମୁଖରେ ରଖା ଯାଇ ସନ୍ଧ୍ୟା ଆଳତି କରାଯିବା ସହ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଠାକୁର।

ସମ୍ବନ୍ଧିତ ଖବର