ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଲେ ସୁଦର୍ଶନ, ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନାହିଁ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଥିବା ଜଣାଯାଇଛି। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହି ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡ଼ାଇଯାଇଥିଲେ ଗଜପତି ମହାରାଜ। ମୋଟାମୋଟି ଏହା ଆଜି ବୈଠକର ଏଜେଣ୍ଡାରେ ନଥିବାରୁ ଆଲୋଚନା ହୋଇନାହିଁ।

ସେପଟେ ପରିଚାଳନା କମିଟି ଏଜେଣ୍ଡାରେ ଏହି ପ୍ରସଙ୍ଗ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। ସେ କହିଛନ୍ତି, ୨୦୨୨ ଅଗଷ୍ଟ ୬ ତାରିଖର ବିବରଣୀ ଦୃଢ଼ୀକରଣ କରାଯାଇଛି। ନୀତି ସବ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ଗ୍ରହଣ କରିଛନ୍ତି। ଓଆରଏସଇସି ମାଧ୍ୟମରେ ଜଗନ୍ନାଥଙ୍କ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ କରାଯାଇଛି। ଆଦର୍ଶ ଗୁରୁକୁଳ ସୋସାଇଟି ରେଜିଷ୍ଟ୍ରସନ ପାଇଁ ବିର୍ଲା ସହ ବୁଝାମଣା ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ । ଏହାଛଡ଼ା ସେବକ ବାସଗୃହ ପ୍ରୋଜେକ୍ଟ ଉପରେ ଆଲୋଚନା ହୋଇଛି। ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ସେବକ ବାସଗୃହ ନିର୍ମାଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର