ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ୫୦୦ ସେଟରୁ ୨୦୦ ସେଟକୁ ହ୍ରାସ ହେଲା ବଜେଟ ପୁସ୍ତିକା

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପିତ ହେଲା ଚଳିତ ଆର୍ଥିକ ବର୍ଷ ପାଇଁ ବଜଟେ। ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ବଡ କଥା କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟ ଉପସ୍ଥାପନା କଲାବେଳେ ପରିବେଶ ସୁରକ୍ଷା ଓ ବୃକ୍ଷ ସୁରକ୍ଷା ନେଇ ଏକ ବଡ କଥା କହିଛନ୍ତି ମନ୍ତ୍ରୀ ପୂଜାରୀ।

ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ବଜେଟରେ ପୁସ୍ତିକା ବାବଦକୁ ମୁଦ୍ରଣ ହେଉଥିବା ୫୦୦ ସେଟରୁ ୨୦୦ ସେଟକୁ ହ୍ରାସ କରାଯାଇଛି। ଅଂଶିଦାର ମାନଙ୍କୁ ବଜେଟ ପୁସ୍ତିକା ମୁଦ୍ରଣ ବଦଳରେ ଇଲେକ୍ଟ୍ରୋନିକ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଯାହା ଦ୍ୱାରା ୫୭ ଲକ୍ଷ ପୃଷ୍ଠାର ମୁଦ୍ରଣ କମିଛି ଆଉ ପ୍ରାୟ ୭୦୦ ଗଛକୁ ବଞ୍ଚାଇ ହୋଇଛି ବୋଲି ବଜେଟ ଉପସ୍ଥାପନା ବେଳେ ମନ୍ତ୍ରୀ ପୂଜାରୀ କହିଛନ୍ତି।

ତେବେ ପୂର୍ବରୁ ସବୁ ଅଂଶିଦାରମାନଙ୍କୁ ମୁଦ୍ରଣ ପୁସ୍ତିକା ଦେବା କାରଣରୁ ଅନେକ ପୃଷ୍ଠା ଛାପା ହେଉଥିଲା ଆଉ ଅନେକ ଗଛ ମଧ୍ୟ ନଷ୍ଟ ହେଉଥିଲା। ମାତ୍ର ଚଳିତ ବଜେଟରେ ଏହାକୁ ବୈଦ୍ୟୁତିକ ମାଧ୍ୟମ କରିଥିବାରୁ ଅନେକ ଗଛ ସୁରକ୍ଷିତ ରହିଛି। ତେବେ ଆଗାମୀ ବର୍ଷ ମାନଙ୍କରେ ସମ୍ପୁର୍ଣ୍ଣ ଭାବେ ବିନା କାଗଜରେ ଅର୍ଥାତ ଇଲେକ୍ଟ୍ରୋନିକ୍ସ ବଜେଟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନିରଞ୍ଜନ କହିଛନ୍ତି।

ସମ୍ବନ୍ଧିତ ଖବର