ମାସେ ପର୍ଯ୍ୟନ୍ତ ଗାଡ଼ିର ପ୍ରଦୂଷଣ ତନଖି କୋହଳ
ଭୁବନେଶ୍ବର:ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ପ୍ରମାଣପତ୍ର ନିୟମ । ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ । ଆଗାମୀ ଗୋଟିଏ ମାସ ମଧ୍ୟରେ ଗାଡ଼ି ଚାଳକଙ୍କୁ ପ୍ରଦୂଷଣ ସାର୍ଟିଫିକେଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଦୁଇଦିନ ହେବ ଗାଡ଼ି ଚେକିଂ ସମୟରେ ଅନେକ ଗାଡିକୁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା । ଗାଡି ପ୍ରଦୂଷଣ ପାଇଁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା । ଯେଉଁଥିପାଇଁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାତି ସାରା ଗାଡି ଚାଳକଙ୍କୁ ଲାଇନରେ ଛିଡା ହେବାକୁ ପଡୁଥିଲା । କିନ୍ତୁ ଏବେ ଗୋଟିଏ ମାସ ସମୟ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ କହିଛନ୍ତି ପରିବହନ ସଚିବ `
ଭୁବନେଶ୍ୱର ଆରଟିଓ-୧ ଅଞ୍ଚଳରେ ୨୧ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଥିବା ବେଳେ ମାତ୍ର ୬ ଜଣ ଯୋଗ୍ୟ ରହିଛନ୍ତି , ଯେଉଁଥିରୁ ଭୁବନେଶ୍ୱରରେ ୪ଟି ଥିବା ବେଳେ ଖୋର୍ଦ୍ଧାରେ ୨ଟି ରହିଛି । ସେହିଭଳି ଆରଟିଓ-୨ ଅଧିନରେ ୩୨ ଜଣ ସ୍ୱୀକୃତି ପାଇଥିବା ବେଳେ ୭ ଜଣ ଯୋଗ୍ୟ ରହିଛନ୍ତି ।
ବୈଧ ସଂସ୍ଥାମାନଙ୍କର ତାଲିକା ରହିଥିଲେ ମଧ୍ୟ କିଏ କେଉଁଠି ଚେକିଂ କରୁଛନ୍ତି ତାହାର ହିସାବ ଆରଟିଓଙ୍କ ପାଖରେ ନାହିଁ । ଏପରିକି କିଛି ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅନଲାଇନ ଜରିଆରେ ପ୍ରମାଣପତ୍ର ଦେଇ ପାରୁନଥିବାରୁ ଚଢାଉ ଭୟରେ ସେମାନେ ବଜାରରୁ ଉଭାନ ହୋଇ ଯାଇଛନ୍ତି । ଯେଉଁଥିପାଇଁ ଦିନ ତମାମ ଲାଇନରେ ରହୁଥିଲେ ମଧ୍ୟ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିପାରୁନାହାନ୍ତି ।