ବଡ଼ବିଲ : ପରିତ୍ୟକ୍ତ କୂଅରୁ କଙ୍କାଳ ଉଦ୍ଧାର

ବଡ଼ବିଲ : କୋହ୍ଲବରପଦା ଗ୍ରାମ ନିକଟ ଏକ କ୍ରସର ପରିସରରେ ଥିବା ପରିତ୍ୟକ୍ତ କୂଅରୁ, ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ଏକ କଙ୍କାଳ ଉଦ୍ଧାର କରିଥିଲା। ଏକ୍ୟୁଜିକଟିଭ୍ ମାଜିଷ୍ଟ୍ରେଟ ତଥା ଚମ୍ପୁଆ ତହସିଲର ଅତିରିକ୍ତ ତହସିଲଦାର ଶଲିତ୍ କୁମାର ନାୟକଙ୍କ ଉପସ୍ଥିତିରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏନେଇ ବଡ଼ବିଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ଓ ଡିଏନଏ ପରୀକ୍ଷା ନିମନ୍ତେ କଟକ ସ୍ଥିତ ଫରେନସିକ୍ ଲାବୋରେଟୋରିକୁ ପଠାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର