ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନଗାଁ ପଞ୍ଚାୟତର ବଣକାଳୀ ଗ୍ରାମରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶନିବାର ମଧ୍ୟାନ୍ନ ୧୨ଟାରେ ଏକ ଗଛରୁ ଉଦ୍ଧାର କରିଛି ବିଜେପୁର ପୁଲିସ। ମୃତକ ଜଣକ ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତ ମନସ୍କା ଗ୍ରାମର ପୁନ୍ଧୁ ମାଝୀଙ୍କ ପୁଅ ଇନ୍ଦ୍ର ମାଝୀ (ବୟସ ୩୦) ବୋଲି ଜଣାପଡ଼ିଛି।

ବଣକାଳୀ ଗାଁ ନିକଟସ୍ଥ ହଳଦୀ ପାହାଡ଼ରେ ଏକ କୁସୁମ ଗଛରେ ଯୁବକର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ଖବର ପାଇ ମୃତକଙ୍କ ସାନ ଭାଇ ଶିବ ମାଝୀ ଘଟଣାସ୍ଥଳକୁ ଆସି ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଗଛରୁ ଶବକୁ ଉଦ୍ଧାର କରିଥିଲ। ସେ ୨ ବର୍ଷ ତଳେ ନିଜ ପଞ୍ଚାୟତର ଜାମଛୁଆଁ ଗ୍ରାମର ସୁମିତ୍ରା ମାଝୀଙ୍କୁ ବିବାହ କରିଥିଲେ। କିଛିଦିନ ପରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା। ଏହା ପରେ ସ୍ତ୍ରୀ ସୁମିତ୍ରା କିଛିଦିନ ହେଲା ଘର ଛାଡ଼ି ଲାଞ୍ଜିଗଡ଼ ବ୍ଲକ୍‌ ବେନଗାଁ ପଞ୍ଚାୟତ ବଣକାଳୀ ଗ୍ରାମରେ ନିଜ ଭଉଣୀ ଘରେ ଆସି ରହୁଥିଲେ। ସ୍ୱାମୀ ଇନ୍ଦ୍ର ଖୋଜାଖୋଜି କଲାପରେ ଖବର ପାଇ ବଣକାଳୀ ଗ୍ରାମକୁ ଆସିଥିଲେ। ସ୍ୱାମୀ-ସ୍ତ୍ରୀ କଥାବାର୍ତା ହୋଇଥିଲେ। କିନ୍ତୁ ଆଜି ଇନ୍ଦ୍ର ମାଝୀଙ୍କ ମୃତଦେହ ଏକ କୁସୁମ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

କୌଣସି ସୂତ୍ରରୁ ନିଜ ଭାଇ ଖବର ପାଇ ଘଟଣାସ୍ଥଳକୁ ଆସି ବିଜେପୁର ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର