‘ସମ୍ବାଦ’ ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ : ଆଜି ପୁଣି ବିବୃତି ରଖିବେ ରାଜସ୍ବ ମନ୍ତ୍ରୀ

ମରୁ଼ଡି ଓ ଜଳସଙ୍କଟ ପ୍ରସଙ୍ଗ ନେଇ ଗୃହରେ ଉଦବେଗ, ବଲାଙ୍ଗୀର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଲେ, ପରିସ୍ଥିତିର ଗମ୍ଭୀରତା ଦେଖି ପୁଣି ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ବର : ‘ସମ୍ବାଦ’ରେ ପ୍ରକାଶ ପାଇଥିବା ମରୁଡ଼ି ଓ ଜଳସଙ୍କଟ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ପୁଣି ତମ୍ବିତୋଫାନ େହାଇଛି। ଉଭୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। କେବଳ ସେତିକି ନୁେହଁ, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀଙ୍କର ଜବାବ ମାଗିଥିଲେ। ପ୍ରସଙ୍ଗର ଗମ୍ଭୀରତା ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ େଦଇଥିଲେ େଯ ଆସନ୍ତାକାଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଆଉଥରେ ଗୃହରେ ବିବୃତି ରଖିବେ।

ଆଜି ଶୂନ୍ୟକାଳ ଆରମ୍ଭ େହବା ମାତ୍ରେ ବିେରାଧୀ ଦଳ ନେତା ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ ଆଳରେ କହିଥିଲେ, ବର୍ଷାର େଦଖା ନାହିଁ। ତଳି ଶୁଖିବା ଆରମ୍ଭ କଲାଣି। ଧାନ ଗଛ ହଳଦିଆ େଦଖାଗଲାଣି। ଧାନ ଉତ୍ପାଦନ କମିଯିବ। ରଥଯାତ୍ରା ସରିବା ପୂର୍ବରୁ ଆମ ଅଞ୍ଚଳରେ ଚାଷ ବହୁତ ବାଟ ଆଗେଇ ଯାଇଥାଏ। ଅମଳ ଭଲ ହୁଏ। ଏବେ ରଥଯାତ୍ରା ସରିବା ପରେ ବି ରୁଆ େହାଇନାହିଁ। ଏବେ ଆଉ େରାଇଲେ ବି ଭଲ ଅମଳ ହେବ ନାହିଁ। ଚାଷୀ ପାଖରେ ବି ଆଉ ଜଳ ନାହିଁ। ରାଜସ୍ବ ମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ। କଣ ପଦକ୍ଷେପ ନିଆଯାଇଛି, କୁହନ୍ତୁ। ରାଜ୍ୟରେ ମରୁଡ଼ି ପଦଧ୍ବନି ଶୁଭିଲାଣି। ଏ ପ୍ରସଙ୍ଗରେ ଆେଲାଚନା ପାଇଁ ସମୟ ଦିଆଯାଉ।

ସେହିଭଳି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ‘ସମ୍ବାଦ’ ରିେପାର୍ଟକୁ ଉଦ୍ଧାର କରି କହିଥିଲେ, ସାରା ରାଜ୍ୟରେ ଜଳସଙ୍କଟ ଉତ୍କଟ ସ୍ଥିତିରେ। ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଗଲାଣି। ଜମି ଫାଟି ଆଁ କଲାଣି। ଏବେ ବର୍ଷା ହେଲେ ବି ଆଉ ଚାଷ େହବ ନାହିଁ। ବଲାଙ୍ଗୀର ଆଦି ଅଞ୍ଚଳରେ େଯଉଁ ମାଟି ରହିଛି, ସେଥିରେ ଆଷାଢ଼ରେ ବର୍ଷା ନ େହଲେ, ଜମି ଏମିତି ଫାଟିଯିବ େଯ କୁନି ଛୁଆ ତା ଭିତରେ ପଶିଯିବ। ଲଗାତର ବର୍ଷା ନ ହେଲେ ସ୍ଥିତିରେ ଉନ୍ନତି ସମ୍ଭାବନା କ୍ଷୀଣ। ତେବେ ବର୍ଷା ହେଲେ ବି ଚାଷୀ ଆଉ ଚାଷ କରିପାରିବ ନାହିଁ। ତଳି ନଷ୍ଟ େହାଇଗଲାଣି। କାଁ ଭାଁ ରୁଆ େହାଇଛି। ସରକାର େଯତେ ଯାହା କହିଲେ ବି ବଲାଙ୍ଗୀର ଜିଲ୍ଲାରେ ମାତ୍ର ୩ ପ୍ରତିଶତ ଜମି ଜଳସେଚନ େହଉଛି। େମଗା ଲିଫ୍ଟ ପଏଣ୍ଟରେ ପାଣି ଉଠୁନାହିଁ। ଚାଷୀ ଚାଷ କିମିତି କରିବ? ସରକାରଙ୍କର ଜଳସେଚନ ନୀତିଟି ଶୂନ। ଚେକ୍ ଡ୍ୟାମ୍ େଫଲ୍ ମାରିଲାଣି। ପାଣି କେବେଠୁ ଆସିବ, ଏ ‌େନଇ ଆେଲାଚନାର ଆବଶ୍ୟକତା ରହିଛି। ବଲାଙ୍ଗୀରରେ ୭ଟି ବ୍ଲକର ସ୍ଥିତି ଅତି ସଙ୍ଗିନ୍। ସରକାର କଣ ପଦକ୍ଷେପ ନେଉଛନ୍ତି େସ େନଇ କିଛି ବି କହୁନାହାନ୍ତି।

ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରି ଆହୁରି କହିଥିଲେ େଯ ବଲାଙ୍ଗୀର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କଲା। ସେ େନଇ ମନ୍ତ୍ରୀ ପଦଟିଏବି କହିବେନି। ଆଜି ବରଗଡ଼ରେ ଚାଷୀ ଆତ୍ମହତ୍ୟା କରିଛି। ଏ ପ୍ରସନ୍ନ କିଏ? ଯିଏ ରାଜ୍ୟସଭାରେ କହିଛନ୍ତି େଯ ଚାଷ ଋଣ ଜନିତ କାରଣରୁ ଆତ୍ମହତ୍ୟା କରିଛନ୍ତି। ସରକାର ଏଠି ମନା କରୁଛନ୍ତି। ସମ୍ଭବତଃ ସଂପୃକ୍ତ ସାଂସଦ ଅସତ୍ୟ କହୁଛନ୍ତି କିମ୍ବା ସରକାର ଗୃହକୁ ବିଭ୍ରାନ୍ତ କରୁଛନ୍ତି।

ବଲାଙ୍ଗୀର ସଂପର୍କରେ ସୂଚନା ଦେଇ ଶ୍ରୀ ମିଶ୍ର କହିଲେ, ଅତୀତରେ ବାଚସ୍ପତି ବରଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ କହିଥିଲେ। ଏହି କମିଟି ଗଲାନି କି ରିେପାର୍ଟ ଦେଲାନି। ଏବେ ଯାଏ ମଧ୍ୟ ବଲାଙ୍ଗୀର ଜିଲ୍ଲାର ଚାଷୀ ପରିବାରକୁ େଭଟିବାକୁ ସରକାରଙ୍କ ପକ୍ଷରୁ କେହି ଯାଇନାହାନ୍ତି। େଯହେତୁ ବିଧାନସଭା ଚାଲିଛି, ଏଣୁ ସେ ନିଜେ ବି ଯାଇ ପାରୁନାହାନ୍ତି। କିନ୍ତୁ ଚାଷୀ ପରିବାରକୁ କେହି ସହାୟତା ଦେବେନି।

ମରୁଡ଼ି ଦୁଆର ବାଡେଇଲାଣି େବାଲି ସୂଚାଇ ଶ୍ରୀ ମିଶ୍ର କହିଲେ, ସରକାର ଏହାକୁ ହାଲକା ଭାବେ ଗ୍ରହଣ କରନ୍ତୁ ନାହିଁ। ଏବେ ସରକାରୀ ଦଳର ସଭ୍ୟ ବି କହିଲେଣି େଯ େଚକ୍ ଡ୍ୟାମ୍ ଅଚଳ। ଅର୍ଥାତ୍ ପ୍ରତିବାଦ ସରକାରୀ ଦଳରୁ ବି ଉଠାଲାଣି ବୋଲି ସେ ସତର୍କ କରାଇଥିଲେ। ଗୃହର ଉଦବେଗ ଦେଖି ବାଚସ୍ପତି ରୁଲିଂ ଦେଇଥିଲେ।

ଉଲ୍ଲେଖଥାଉକି, ବୁଧବାର ମଧ୍ୟ ବିେଜଡି ବିଧାୟକ ଭୂପିନ୍ଦର ସିଂହ ଓ ଅମର ପ୍ରସାଦ ଶତପଥୀ ଏହି ପ୍ରସଙ୍ଗ ଉଠାଇଥିଲେ।

ସମ୍ବନ୍ଧିତ ଖବର