ଦକ୍ଷିଣାଞ୍ଚଳ ଏମଏସଏମଇ ସମୀକ୍ଷା ବୈଠକ: କେସିଙ୍ଗାଠାରେ ପ୍ରସ୍ତାବିତ ଏମଏସଏମଇ ପାର୍କର ଅଗ୍ରଗତି ନେଇ ସମୀକ୍ଷା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେରେ ଦକ୍ଷିଣାଞ୍ଚଳ ଆରଡିସିସ୍ତରୀୟ ଏମଏସଏମଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମଏସଏମଇ ପ୍ରକଳ୍ପ, ଓଡିଶା ଷ୍ଟାର୍ଟଅଫ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ଅନୁଯାୟୀ ଏହାର ଅଗ୍ରଗତି ଓ ସମସ୍ୟା ଉପରେ ବିଷଦ ଆଲୋଚନା କରାଯାଇଥିଲା।

ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସିଙ୍ଗିଲ ଉଇଣ୍ଡୋ ମାଧ୍ୟମରେ ୫ଟି ସେବାକୁ ଗୁରୁତ୍ୱ ଦେବା ପାଇଁ କହିଥିଲେ। କିଭଳି ଅଧିକରୁ ଅଧିକ ଉଦ୍ୟୋଗୀ ଏହା ଦ୍ୱାରା ଲାଭବାନ ହୋଇ ପାରିବେ ସେଥିନେଇ ବିଭାଗ ପଦକ୍ଷେପ ନେବାକୁ ଗୁରୁତ୍ୱ ଆରୋପ କରିଥିଲେ। କେସିଙ୍ଗା ଠାରେ ପ୍ରସ୍ତାବିତ ଏମଏସଏମଇ ପାର୍କର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଏମଏସଏମଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମହାରଣା, ଧର୍ମଗଡ଼ ଉପଜିଲ୍ଲାପାଳ ଟିଏସ ଦିବାକର, ଶିଳ୍ପକେନ୍ଦ୍ର ଉପନିର୍ଦେଶକ ମିନା କୁମାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଡିଆଇସି, ଆରଆଇସି ଜେନେରାଲ ମ୍ୟାନେଜର ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର