କାଳବୈଶାଖୀର ତାଣ୍ଡବ, ବିଶାଳ ଗଛ ପଡି ଜାତୀୟ ରାଜପଥ ଜାମ

ରାଉରକେଲା: ଆଜି ଅପରାହ୍ନରେ ରାଉରକେଲା ସମେତ ଏହାର ଆଖପାଖ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଥିଲା l ବୀରମିତ୍ରପୁରରୁ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ବିଶାଳ ଗଛ ଉପୁଡ଼ି ପଡିବାରୁ ରାସ୍ତା ସମ୍ପୂର୍ଣ ଜାମ୍ ହୋଇଯାଇଥିଲା l ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳରେ ଥିବା ଦାମଦାପଡା ରାମ ଜାନକୀ ମନ୍ଦିର ନିକଟ ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଯାହା ଝାଡ଼ଖଣ୍ଡ କୁ ସଂଯୋଗ କରୁଛି, ତାହା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l

ରାସ୍ତା ଜାମ ଯୋଗୁଁ ଦୁଇ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା l ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ପାଇ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି I ତେବେ ରାଉରକେଲା ପଟୁ ଆସୁଥିବା ସମସ୍ତ ଯାନବାହାନ ୧୪୩ ନଂ ଜାତୀୟ ରାଜପଥ ବୀରମିତ୍ରପୁର ରାସ୍ତାରେ ଅଟକି ରହିଥିବା ପରିଲକ୍ଷିତ ହୋଇଛି l

ଅଗ୍ନିଶମ କର୍ମଚାରୀ ଗଛ କାଟି ରାସ୍ତା ସଫା କରିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡିଛି l l ପବନ ଯୋଗୁଁ ବିରାଟକାୟ ଗଛ ରାସ୍ତା ଉପରେ ପଡିଯିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି l

ସମ୍ବନ୍ଧିତ ଖବର