ରୋଟାରୀ କ୍ଲବ୍ ପକ୍ଷରୁ ଜନ ମଙ୍ଗଳ ସେବା କାର୍ଯ୍ୟକ୍ରମ

ବାରିପଦା : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାରିପଦା ରୋଟାରୀ କ୍ଲବ୍ ପକ୍ଷରୁ ଜୟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ପୌରପରିଷଦର ୱାର୍ଡ ନଂ-୨୨ ରଘୁନାଥପୁରସ୍ଥିତ ରୋଜ୍ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ପ୍ରଦାନ କରାଯାଇଛି । ସେହିପରି କ୍ଷୁଧା ମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମରେ ରୋଜ୍ ଆବାସିକ ବିଦ୍ୟାଳୟ ସହିତ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ କ୍ଲବର ପୂର୍ବତନ ସଭାପତି ରବି ମହାପାତ୍ର, ବିଭୂ ପ୍ରସାଦ ଦାସ, ବୀରେନ୍ଦ୍ର ସାହୁ, ଜିତେନ୍ଦ୍ର ପଟେଲ, ଗଣେଶ ଦାସ, ଶ୍ୟାମଲ ପଟ୍ଟନାୟକ, ମୋହନ ବର୍ଣ୍ଣାଲ, ସଭାପତି ସରୋଜ ଦାସ, ଉପସଭାପତି କମଲ ଖଣ୍ଡେଲୱାଲ, ସମ୍ପାଦକ ଭବାନୀ ସାହୁ, ସହସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, କୋଷାଧ୍ୟକ୍ଷ ରାଜ କୁମାର ଖଣ୍ଡେଲୱାଲ, ସଦସ୍ୟ ବିନୟ ପ୍ରକାଶ, ପୁଷ୍ପା ପାତ୍ର, ବୀଣାପାଣି ଦାଶ, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର