ଲକଡାଉନ୍ ସମୟରେ ମଦ ଦୋକାନରୁ ମଦ ଚୋରି କରିଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ

ରାଉରକେଲା : ଲକଡାଉନ୍ ସମୟରେ ବି ମଦ ପାଇଁ ଡହଳବିକଳ ହେଉଛନ୍ତି ମଦ୍ୟପ। ଏହି କାରଣରୁ କିଛି ମଦ୍ୟପ ଗତକାଲି ବିଳମ୍ବିତ ରାତିରେ ରାଉରକେଲାର ଏକ ମଦ ଦୋକାନରୁ ମଦ ଚୋରି କରିନେଇଥିବାର ଅଭିଯୋଗ ହୋଇଛିl ଏମିତି ଘଟଣା ଘଟିଛି ସେକ୍ଟର ୨୧ ଅଞ୍ଚଳରେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୨୧ ଅଞ୍ଚଳର ନୟାବଜାର ମାର୍କେଟରେ ହେଟେଲ ଦୀପ୍ତି ନିକଟରେ ଥିବା ଏକ ମଦ ଦୋକାନରୁ କିଛି ଲୋକ ମଦ ଲୁଟି ନେଇଥିଲେ। ସେମାନେ ମଦ ଦୋକାନର ଆଜବେଷ୍ଟସ୍ କଣା କରି ତା’ଭିତରେ ପଶିଥିଲେ। ସେମାନେ ମଦ ଦୋକାନ ଭିତରେ ଥିବା ପ୍ରାୟ ୧୦ କାର୍ଟୁନ୍ ମଦ ଚୋରି କରିଥିଲେ। ଏମାନେ ସମସ୍ତେ ପାଖ ବସ୍ତିର ବୋଲି ସନ୍ଦେହ କରାଯାଉଛି।

ଏନେଇ ମଦ ଦୋକାନର ମାଲିକ ପ୍ଲାଣ୍ଟସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଘଟଣାସ୍ଥଳରେ ଡିଏସପି ପି.କେ.ମିଶ୍ର ଓ ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ଲାଣ୍ଟସାଇଟ୍ ପୁଲିସ ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛିl

ସମ୍ବନ୍ଧିତ ଖବର