ମମତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ନେଇ ଗୁଜବ

ପୁରୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ କରାଯାଇଥିବା ନେଇ ଗୁଜବ ଆରମ୍ଭ ହୋଇଛି। ମମତାଙ୍କ ଫଟୋ ସହ ଏହି ପ୍ରବେଶ ନିଷେଧ କରାଯାଇଥିବା ଲେଖା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବାରେ ଲାଗିଛି।

ଏହିଭଳି ଗୁଜବ ପ୍ରଚାର ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟ‌ା ରଖାଯାଇଛି। ପ୍ରତିକ୍ରିୟାରେ ସ୍ପଷ୍ଟ କରାଯାଇଛି ଯେ ମମତାଙ୍କ ଶ୍ରୀମନ୍ଦିରରେ ପ୍ରବେଶକୁ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜାଣିଶୁଣି ଏଭଳି ଅପପ୍ରଚାର କରିଛି।

ସମ୍ବନ୍ଧିତ ଖବର