ଇବ ନଦୀରେ ରହସ୍ୟଜନକ ଭାବେ ପଡ଼ିଛି ଶିିରିଡି ସାଇବାବାଙ୍କ ୫ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି, ଲୋକମାନଙ୍କର ରହିଛି ଏଭଳି ଧାରଣା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ଇବ ସେତୁ ତଳେ ଏକ ଶିରିଡି ସାଇ ବାବାଙ୍କ ବଡ଼ ମୂର୍ତ୍ତି ପଡ଼ି ରହିଥିବା ବୁଧବାର ଦେଖିବାକୁ ମିଳିଛି। ତେବେ କିଏ ଓ କେଉଁ କାରଣରୁ ଶିରିଡି ସାଇ ବାବାଙ୍କ ଏହି ୫ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିକୁ ନଦୀରେ ଫିଙ୍ଗିଛି ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ଥିଲା। ତେବେ ସାଇ ବାବାଙ୍କ ମାର୍ବଲ ମୂର୍ତ୍ତି ସାଙ୍ଗକୁ ଅଙ୍ଗ ବସ୍ତ୍ର ପାଦୁକା ଇତ୍ୟାଦି ମଧ୍ୟ ପଡ଼ି ରହିଥିବା ବି ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ।

ତେବେ ସାଇ ମୂର୍ତ୍ତିକୁ ଅସମ୍ମାନଜନକ ଭାବେ ନଦୀ ଭିତରକୁ ଫୋପାଡି ଦିଆଯାଇଥିବାରୁ ସାଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଶିରିଡି ସାଇବାବାଙ୍କ ମୂର୍ତ୍ତିକୁ ବିସର୍ଜନ କରିବା ନେଇ ପୂର୍ବରୁ କୌଣସି ଘଟଣା ଘଟି ନଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳର କୌଣସି ମନ୍ଦିରରୁ ଦୁର୍ବୃତ୍ତମାନେ ଲୋଭରେ ଚୋରି କରି ମୂର୍ତ୍ତିକୁ ନଦୀରେ ଫୋପାଡି ଦେଇ ଥାଇପାରନ୍ତି ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ନେଇ ସ୍ଥାନୀୟଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର