‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା : ବିତର୍କ, ସାରେଗାମା ଆଜି

ଭୁ‌ବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆସନ୍ତାକାଲି ଶନିବାର ଦିନ ଜୋନ୍ ସ୍ତରୀୟ ସମ୍ବାଦ-କନକ ନ୍ୟୁଜ୍ ବିତର୍କ ଓ ସମ୍ବାଦ-ରେଡିଓ ଚକଲେଟ୍ ସାରେଗାମା ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେଉଛି। ୯ଟି ଜୋନରୁ ପ୍ରତିଯୋଗୀମାନେ ଭାଗ‌ ନେବେ। ଏଥିପାଇଁ ଜୋନସ୍ତରରେ ନିର୍ଦିଷ୍ଟ ହ୍ବାଟ୍ସଆପ୍ ନମ୍ବର ଦିଆଯାଇଛି। ବିତର୍କ ଲାଗି ବିଷୟବସ୍ତୁ ଜଣାଇ ଦିଆଯିବ। ପ୍ରତିଯୋଗୀମାନେ ଦିନ ୧୧ଟାରେ ପଞ୍ଜୀକରଣ ନମ୍ବର ଦେଇ http://debate.sambad.in ଲିଙ୍କ୍ ଖୋଲିପାରିବେ। ଏଥିରେ ବିଷୟବସ୍ତୁ ଦେଖିବା ପରେ ଓଡ଼ିଆରେ ନିଜ ଦ୍ବାରା ସର୍ବାଧିକ ୩ ମିନିଟ୍ ବକ୍ତୃତାର ଭିଡିଓ କ୍ଳିପ୍‌କୁ ରେକର୍ଡିଂ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ନିର୍ଧାରିତ ହ୍ବ‌ାଟ୍ସଆପ୍ ନମ୍ବରରେ ଅପ୍‌ଲୋଡ୍ କରିବେ। ସେହିଭଳି ଲଘୁସଂଗୀତ ପ୍ରତିଯୋଗିତା ସାରେଗାମାର ପ୍ରତି‌‌ଯୋଗୀମାନେ ନିଜେ ଗାନ କରିଥିବା ଓଡ଼ିଆ/ହିନ୍ଦୀରେ ସର୍ବାଧିକ ଗୋଟିଏ ମୁଖଡ଼ା/ଗୋଟିଏ ଅନ୍ତରା କିମ୍ବା ସର୍ବାଧିକ ୩ ମିନିଟ୍ ଗୀତର ରେକର୍ଡିଂ କରି ଏହାର ଭିଡିଓ କ୍ଲିପକୁ ଦିନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ନିର୍ଧାରିତ ହ୍ବାଟ୍ସଆପ୍ ନମ୍ବରରେ ଅପଲୋଡ୍ କରିବେ।

ଭୁବନେଶ୍ବର ଜୋନ୍‌ରେ ଖୋର୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲା ରହିଥିବା ବେଳେ କଟକ ଜୋନ୍‌ରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଅନୁଗୁଳ ଜୋନରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା, ଯାଜପୁର ଜୋନରେ ଯାଜପୁର ଓ କେନ୍ଦୁଝର ଜିଲ୍ଲା, ବାଲେଶ୍ବର ଜୋନରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା, ରାଉରକେଲା ଜୋନରେ ସୁନ୍ଦରଗଡ଼ ଜିଲ୍ଲା, ବ୍ରହ୍ମପୁର ଜୋନରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା, ଜୟପୁରର ଜୋନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ତଥା ସମ୍ବଲପୁର ଜୋନରେ ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ରହିଛି।

ଜୋନଗୁଡ଼ିକ ପାଇଁ ହ୍ବାଟ୍ସଆପ୍ ନମ୍ବର ହେଲା- ଭୁବନେଶ୍ବର : ୭୬୫୫୦୫୧୬୧୧ (ବିତର୍କ), ୭୬୫୫୦୫୧୬୨୦ (ସାରେଗାମା) କଟକ: ୭୬୫୫୦୫୧୬୧୨ (ବିତର୍କ), ୭୬୫୫୦୫୧୬୨୧ (ସାରେଗାମା) ଯାଜପୁର: ୭୩୮୧୭୧୭୯୮୦ (ବିତର୍କ), ୮୭୬୩୪୭୫୬୫୭ (ସାରେଗାମା), ଅନୁଗୁଳ: ୯୪୩୭୪୦୨୭୧୫ (ବିତର୍କ), ୮୯୦୮୦୧୫୦୭୧ (ସାରେଗାମା) ବାଲେଶ୍ବର: ୯୮୬୧୦୫୬୭୮୭(ବିତର୍କ), ୯୮୬୧୧୫୦୧୮୧ (ସାରେଗାମା), ରାଉରକେଲା: ୯୮୬୧୭୫୯୪୩୨ (ବିତର୍କ), ୯୮୫୩୪୦୦୭୯୮ (ସାରେଗାମା) ସମ୍ବଲପୁର: ୯୯୩୭୧୪୪୫୬୪ (ବିତର୍କ), ୯୭୭୭୪୨୪୮୭୨ (ସାରେଗାମା) ବ୍ରହ୍ମପୁର: ୯୯୩୭୨୬୮୯୭୭ (ବିତର୍କ), ୮୩୨୭୭୮୦୪୫୪ (ସାରେଗାମା) ଜୟପୁର: ୯୪୩୭୧୧୨୦୦୪ (ବିତର୍କ), ୯୪୩୭୭୮୨୭୪୬ (ସାରେଗାମା)।

ସମ୍ବନ୍ଧିତ ଖବର