ଯେତେ ଯାତ, ସେତେ ପଥ

ସମ୍ବଲପୁର: ସମ୍ବଲପୁରରେ ବିଭିନ୍ନ ପଡ଼ାର ଶୀତଳଷଷ୍ଠୀ ଯୁଗଳ ଦର୍ଶନ ଶୋଭାଯାତ୍ରା ପାଇଁ ଅଲଗା ଅଲଗା ଯାତ୍ରାପଥ ନିର୍ଧାରିତ କରାଯାଇଛି। ନନ୍ଦପଡ଼ାର ବ˚ ବରାଡ ବାଲୁ˚କେଶ୍ବର ବାବାଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଯଜ୍ଞବରାହ ମନ୍ଦିର (ବାରିହା ଗୁଡ଼ି)ରୁ ଆରମ୍ଭ ହୋଇ ବଡ଼ ସଡ଼କରେ ହାଟପଡ଼ା, ମାରଵାଡ଼ିପଡ଼ା, ଦଲେଇପଡ଼ା ଦେଇ ମୁନସିପାଲ୍‌ଟି ଛକରେ ପହଞ୍ଚେ। ବାଟରେ ପ୍ରଭାତ ହୋଟେଲ ନିକଟରେ ମୁଖ୍ୟ ପରଭା ଥିଲାବେଳେ ପ୍ରାତଃବିଶ୍ରାମ ହୁଏ। ମୁନ୍‌ସିପାଲ୍‌ଟି ଛକରୁ ଶୋଭାଯାତ୍ରା ୟୁ-ଟର୍ନ ନେଇ ପୀରବାବା ଛକ ଦେଇ ସାନ ସଡ଼କରେ ପ୍ରବେଶ କରେ। ସେଠାରୁ ବୈଦ୍ୟନାଥ ଛକ, କ˚ସାରିପଡ଼ା, ମହାନ୍ତିପଡ଼ା, ଦଧିବାମନ ମନ୍ଦିର ଦେଇ ପୁଣି ନନ୍ଦପଡ଼ା ଛକରେ ପହଞ୍ଚିବା ପରେ ଶେଷ ହୋଇଥାଏ।

ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ଶୋଭାଯାତ୍ରା ବାଲିବନ୍ଧା ଫାଣ୍ତି ନିକଟରୁ ଆରମ୍ଭ ହୋଇ ବଡ଼ ସଡ଼କରେ କୁ˚ଜେଲପଡ଼ା ଛକ, ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ଦେଇ ଗଉରମଠ ଗଳିରେ ପ୍ରବେଶ କରେ। ସେହି ଗଳି ଦେଇ ଶୋଭାଯାତ୍ରା ସାନସଡ଼କରେ ବାହାରେ। ସେଠାରୁ ଗୁରୁପଡ଼ା, ମହାନ୍ତିପଡ଼ା, କ˚ସାରିପଡ଼ା, ଟାଉନ୍‌ ହାଇସ୍କୁଲ ଦେଇ ବୈଦ୍ୟନାଥ ଛକରେ ପହଞ୍ଚେ। ସେଠାରେ ପ୍ରାତଃ ରହଣୀ ହୋଇଥାଏ। ସେଠାରୁ ବାଆଁକୁ ମୋଡ଼ି ଗୋଲବଜାର ଛକ, ଗେଇଟି ରୋଡ୍‌, ଚିତ୍ରଗୁପ୍ତ ଛକ ଦେଇ ଚୂନ ଗୁଦାମ ଗଳିରେ ପ୍ରବେଶ କରି ସାନସଡ଼କରେ ବାହାରିଥାଏ। ସେଠାରୁ ସାନସଡ଼କରେ ପଟ୍ଟନାୟକପଡ଼ା ଦେଇ କୁ˚ଜେଲପଡ଼ା ଛକରେ ପହଞ୍ଚିବା ପରେ ୟୁ-ଟର୍ନ ନେଇ ପୁଣି ଝାଡ଼ୁଆପଡ଼ାରେ ପ୍ରବେଶ କରିଥାଏ। ଏହାପରେ ମନ୍ଦିର ନିକଟରେ ପହଞ୍ଚି ଯାତ୍ରା ଶେଷ ହୁଏ।

ମୁଦିପଡ଼ାର ଶୋଭାଯାତ୍ରା ମୁଦିପଡ଼ା ହଟଲି ନିକଟରୁ ଆରମ୍ଭ ହୋଇଥାଏ। ଜାଗେଶ୍ବର ବାବା ଓ ମାତା ପାର୍ବତୀଙ୍କୁ ଭକ୍ତମାନେ କାନ୍ଧରେ ବୋହି ଆଣି ହଟଲି ନିକଟରେ ସୁସଜ୍ଜିତ ପରଭା ଖଚିତ ରଥରେ ବିରାଜମାନ କରାଇଥାନ୍ତି। ତେବେ ଚଳିତ ବର୍ଷଠାରୁ ଜାଗେଶ୍ବର ବାବା ଓ ମାତା ପାର୍ବତୀ ନିଜ ମନ୍ଦିରରୁ ରଥରେ ବିରାଜମାନ ହୋଇ ହଟଲି ପର୍ଯ୍ୟନ୍ତ ଆସିବେ। ସେଠାରୁ ଶୋଭାଯାତ୍ରା ବାହାରି ମୁଦିପଡ଼ା ଛକ, ସୁଇମି˚ପୁଲ ଦେଇ ଲକ୍ଷ୍ମୀ ଟକିଜରେ ପହଞ୍ଚିବେ। ସେଠାରୁ ଡାହାଣକୁ ମୋଡ଼ି ଟାଉନ୍‌ ଥାନା ସାମ୍‌ନାରେ ପ୍ରାତଃ ବିଶ୍ରାମ ହେବ। ସକାଳେ ସେଠାରୁ ବାହାରି ଗୋଲବଜାର ଛକ, ଗେଇଟି ରୋଡ, ଚିତ୍ରଗୁପ୍ତ ଛକ, ଲସତଲିଆ ଛକ, ଗୁରୁଦ୍ବାରା ଦେଇ ପୁଣି ମୁଦିପଡ଼ା ଛକରେ ପହଞ୍ଚିବ। ସେଠାରୁ ମୋଡ଼ି ହଟଲି ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରା ଶେଷ ହେବ।

ବଡ଼ବଜାର ଶୋଭାଯାତ୍ରା କମଲିବଜାରସ୍ଥିତ ରଘୁନାଥ ମନ୍ଦିର ନିକଟରୁ ଆରମ୍ଭ ହୁଏ। ସେଠାରୁ ବାହାରି ପାଟଣେଶ୍ବରୀ ମନ୍ଦିର, ସମଲେଶ୍ବରୀ ମନ୍ଦିର ଅତିକ୍ରମ କରିବା ପରେ ବଡ଼ବଜାର ଫାଣ୍ତି ନିକଟରେ ପ୍ରାତଃ ରହଣି ହୋଇଥାଏ। ସେଠାରୁ ବଡ଼ବଜାର ଛକରେ ଡାହାଣକୁ ମୋଡ଼ି କ୍ଷେତରାଜପୁର ଅଭିମୁଖେ ଯାଇଥାଏ। କ୍ଷେତରାଜପୁର ରେଳ ଷ୍ଟେସନ, ଫାରମ ରୋଡ, ଚେରୁଆପଡ଼ା ଛକ, ଫିସରି ରାସ୍ତା ଦେଇ ପୁଣି ପାଟଣେଶ୍ବରୀ ମନ୍ଦିର ନିକଟରେ ବାହାରିବା ପରେ ସମଲେଶ୍ବରୀ ମନ୍ଦିର ଠାରେ ଶେଷ ହୁଏ। ଠାକୁରପଡ଼ା ଶୋଭାଯାତ୍ରା ଅଇଁଠାପାଲି ଛକରୁ ଆରମ୍ଭ ହୋଇ ବୁଢ଼ାରଜା ଦେଇ ପେଟ୍ରୋଲ ପମ୍ପ ସମ୍ମୁଖରେ ରାତ୍ର ରହଣୀ ହୋଇଥାଏ। ସକାଳେ ଫାଟକ ଓଭର ବ୍ରିଜ୍‌ ତଳ ଦେଇ କଟରଧୁଆରେ ପ୍ରବେଶ କରେ। ସେଠାରୁ ଗୋପାଲମାଲ ରାସ୍ତା ଦେଇ ଠାକୁରପଡ଼ା ଗୁପ୍ତେଶ୍ବର ବାବାଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ଶେଷ ହୁଏ।

ସମ୍ବନ୍ଧିତ ଖବର