ସମ୍ବଲପୁର ଛାତ୍ରଙ୍କ କମାଲ୍‌: ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଆୱାର୍‌ ରେସପନ୍ସିବିଲିଟି’

ସମ୍ବଲପୁର: ପିକ ରେୟାର ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ, ମୁମ୍ବାଇ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ହିନ୍ଦୀ ଚଳଚିତ୍ର ‘ଆଓ୍ବାର ରେସପନସିବିଲିଟି’। ସମ୍ବଲପୁରରେ ରହୁଥିବା ସ୍ନାତକ ବିଦ୍ୟାର୍ଥୀମାନଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ଚଳଚିତ୍ରର ଏଭଳି ସଫଳତା ପ୍ରଶଂସନୀୟ ହୋଇଛି। ସ୍ବଚ୍ଛତାର ବାର୍ତ୍ତା ଦେଉଥିବା ଏହି ଚଳଚିତ୍ରର ଲେଖକ ଏବଂ ନିର୍ଦେଶକ ଅଟନ୍ତି ସ୍ନାତକ ଛାତ୍ର ସନ୍ତୋଷ ସାମଲ। ଅଭିନୟରେ ଅଛନ୍ତି ମହମ୍ମଦ ଅଫରୋଜ ଏବଂ ଶୋହମ ଶୁଭଙ୍କର ପାଢୀ। କ୍ୟାମେରାରେ ଏସଆରଜେ ମେହେର ଷ୍ଟୁଡିଓ ଏବଂ ପ୍ରଯୋଜନାରେ ସନ୍ତୋଷ ସାମଲ, ଦିନେଶ କିସାନ। ଚଳଚିତ୍ର ନିର୍ମାଣରେ ସହଯୋଗ କରିଛନ୍ତି ହୀରାକୁଦ କଲେଜ ଛାତ୍ର ସଙ୍କେତ ସ୍ବରୂପ ପଣ୍ଡା, ସାରାଂଶ ସ୍ବରୂପ ପଣ୍ଡା। ୨ ବର୍ଷ ପୂର୍ବରୁ ଚଳଚିତ୍ରଟି ପ୍ରସ୍ତୁତ ହୋଇ ୟୁଟୁବରେ ପ୍ରସାରିତ ହୋଇଥିଲା।

ସମ୍ବନ୍ଧିତ ଖବର