ଟିକିରାରେ ସାନ୍ତାଳୀଙ୍କ ସହରାୟ ପର୍ବ

ଆନନ୍ଦପୁର: ଆନନ୍ଦପୁର ବ୍ଲକ୍‌ କୋଳିମାଟି ପଞ୍ଚାୟତ ଟିକିରା ଗ୍ରାମରେ ସାନ୍ତାଳୀ ଆଦିବାସୀଙ୍କ ସହରାୟ ପର୍ବ ଆରମ୍ଭ ହୋଇଛି। ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ଏହି ପର୍ବକୁ ପାଳନ କରିଛନ୍ତି। ରାହାସପୂର୍ଣ୍ଣିମାରେ ଏହି ପର୍ବ ପାଳନ ହେଉଥିବା ବେଳେ ଏହି ଅବସରରେ ଗଟବଙ୍ଗା ପୂଜା ଅନୁଷ୍ଠିତ ହୋଇଥାଏ। ଗୋରୁଗାଈଙ୍କୁ ପୂଜା କରାଯିବା ସହିତ ଭଲଫସଲ ଅମଳ ତଥା ଗ୍ରାମବାସୀଙ୍କ ମଙ୍ଗଳକାମନା କରି ପୂଜା କରାଯାଇଥାଏ। କକୁଡ଼ା ଅଣ୍ଡାକୁ ଗ୍ରାମ ମଝିରେ ରଖାଯାଇ ଗ୍ରାମର ଗୋରୁଗାଈଙ୍କୁ ଛାଡ଼ି ଦିଆଯାଏ।

ଯାହାର ଗାଈ ଗୋଡ଼ରେ ଅଣ୍ଡା ମାଡ଼ିଥାଏ ତାକୁ ଭାଗ୍ୟଶାଳୀ ଭାବେ ବିବେଚନା କରାଯାଇଥାଏ। ଗତକାଲି ସନ୍ଧ୍ୟାରୁ ଗ୍ରାମର ପ୍ରତ୍ୟେକ ଘର ଆଗରେ ଆଜି ସକାଳ ପର୍ଯ୍ୟନ୍ତ ନୃତ୍ୟଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ଆସନ୍ତାକାଲି ଜନସାମବେଶ ଅନୁଷ୍ଠିତ ହେବା ସହ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବ। କମିଟି ସଦସ୍ୟ ଟିମ୍ପୁ ମୁର୍ମୁ, ଫାତୁରାମ ମୁର୍ମୁ, କିସୁନ ମୁର୍ମୁ, ଚରଣ ମାରାଣ୍ଡି, ରତେଇ ହାଁସଦା, ପିରଥି ଚନ୍ଦ୍ର ହେମ୍ବ୍ରମ, ଭୂତସିଂହ ବେଶ୍ରା, ସଂଜୟ ମାରାଣ୍ଡି, ରାମଚନ୍ଦ୍ର ସୋରେନ, ଶମ୍ଭୁରାମ ମାରାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର