ଭିଡିଓ ଦେଖନ୍ତୁ: ସେଦିନ ଦିନ ସାରା କେମିତି ତାଣ୍ଡବ ରଚାଇଥିଲା ‘ଫନି’, କରାଳ ଦୃଶ୍ୟ ସାଟେଲାଇଟ୍‌ ମାଧ୍ୟମରେ କଏଦ

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଇଥିବା ଭୟଙ୍କର ବାତ୍ୟା ‘ଫନି’ର ଦୃଶ୍ୟ ମହାକାଶରୁ କଏଦ ହୋଇଛି। ସେ ଦିନର ଛାତିଥରା ଦୃଶ୍ୟକୁ ବିଭିନ୍ନ ଅର୍ନ୍ତଜାତୀୟ ସାଟାଲାଇଟ୍‌ ସଂସ୍ଥା ମହାକାଶରୁ କଏଦ କରିଛନ୍ତି।

୨୦୦ କିମିରୁ ଅଧିକ ବେଗରେ ଓଡ଼ିଶାକୁ ନିଜ ଫଣାରେ କାବୁ କରିଥିବା ବାତ୍ୟା ଫୋନିର କରାଳ ଦୃଶ୍ୟ ସାଟାଲାଇଟ୍‌ ମାଧ୍ୟମରେ କଏଦ ହୋଇଛି। ତେବେ କିଭଳି ଥିଲା ଯମଦୂତ ପରି ଓଡ଼ିଶା ଉପରେ ତାଣ୍ଡବ ରଚିଥିବା ‘ଫନି’ର ପ୍ରଳୟଙ୍କାରୀ ଚିତ୍ର ଦେଖନ୍ତୁ।

ଶଙ୍ଖ କ୍ଷେତ୍ରରେ ଲ୍ୟାଣ୍ଡଫଲ କରି ଜଗନ୍ନାଥ ଧାମକୁ ଖିନଭିନ୍‌ କରିଦେଲା। ହେଲେ ଏତିକିରେ ଶାନ୍ତି ହେଲାନି ମନ ତା’ର, ଆଉ ମାଡ଼ି ଆସିଲା ଟ୍ଵିନସିଟିକୁ ନିଜ ଫଣାରେ ଛାରଖାର କରିଦେଇ ଫେରିଗଲା କାଳରୁପୀ ବାତ୍ୟା ‘ଫୋନି’।

କୁଆଡେ ଥିଲା କେଜାଣି କଳା ପାହାଡ଼ ଭଳି ମାଡ଼ି ଆସିଲା ଆଉ ଅଶାନ୍ତ ସମୂଦ୍ର ଜୁଆର ଭିତରୁ ଫଣା ମେଲାଇ ଓଡ଼ିଶାରେ ଭୟଙ୍କର ତାଣ୍ଡବ ରଚିଥିଲା। ଏବେ ଏହି ଦୃଶ୍ୟକୁ ବିଭିନ୍ନ ସାଟାଲାଇଟ୍‌ ସଂସ୍ଥା କଏଦ କରିଛନ୍ତି।

ସମ୍ବନ୍ଧିତ ଖବର