ବାତ୍ୟା ‘ଫନି’ ପାଇଁ ସ୍ୟାଟ୍ଲାଇଟ୍ ଟେଲିଫୋନ୍ ନମ୍ବର ଜାରି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଗୁରୁବାର ସ୍ୟାଟ୍ଲାଇଟ୍ ଟେଲିଫୋନ୍ ନମ୍ବର ଗୁଡ଼ିକ ଜାରି କରାଯାଇଛି। ମୋବାଇଲ୍ ଫୋନ୍ ନେଟ୍ଓ୍ଵାର୍କ ବିଚ୍ଛିନ୍ନ ହେବା ପରେ ଏହି ଟେଲିଫୋନ୍ ନମ୍ବର ଗୁଡ଼ିକ ଯୋଗାଯୋଗ ପାଇଁ ଶ୍ରେଷ୍ଠ ମାଧ୍ୟମ ହେବ। ଆବଶ୍ୟକ ସମୟରେ ଲୋକେ ଏହି ଟେଲି ଫୋନ୍ ନମ୍ବର ଜରିଆରରେ ନିଜର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦିଆଯାଇଥିବା ଟେଲିଫୋନ୍ ସହିତ ଯୋଗାଯୋଗ କରି ବାତ୍ୟା ସଂପର୍କିତ ତଥ୍ୟ ହାସଲ କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଓଡ୍ରାଫ, ଓଏସ୍ଏପି, ରାଜ୍ୟ ଅଗ୍ନିଶମ କାର୍ଯ୍ୟାଳୟ, କମିସନରେଟ ପୁଲିସ, ରାଜସ୍ୱ ବିଭାଗ, ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱତନ୍ତ୍ର ରିଲିଫ କମିସନର ଓ ଓସଡମା ନିର୍ଦ୍ଦେଶକଙ୍କୁ ସେଟଲାଇଟ୍ ନମ୍ବର ଜାରି କରାଯାଇଛି।
ବାତ୍ୟା ପୂର୍ବରୁ ସରକାରଙ୍କ ତରଫରୁ ସୂଚନା ଜାରି କରାଯାଇଛି। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।
ରିପୋର୍ଟ ଲେଖାଯିବା ବେଳକୁ ଫନି ପୁରୀ ଠାରୁ ୨୯୫ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।