ଭିନ୍ନକ୍ଷମ ବୃଦ୍ଧାଙ୍କୁ ମିଳୁନି ଭତ୍ତା

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଣ୍ଟିପୁର ଗ୍ରାମର ଭିନ୍ନକ୍ଷମ ବୃଦ୍ଧା କୈଳାସ ଚନ୍ଦ୍ର ସାମଲଙ୍କ ପତ୍ନୀ ବାସନ୍ତୀ ସାମଲ (୬୦)। ସେ ୫୦ ପ୍ରତିଶତ ବିକଳାଙ୍ଗ ଥିବା ଯାଜପୁର ମୁଖ୍ୟ ସ୍ଵାସ୍ଥ୍ୟଧିକାରୀଙ୍କଠାରୁ ପ୍ରମାଣପତ୍ର ପାଇଛନ୍ତି। ତାକୁ ଦେଖାଇ ଦୀର୍ଘଦିନ ହେଲା ବାରମ୍ଵାର ଭିନ୍ନକ୍ଷମ ଭତ୍ତା ପାଇଁ ବ୍ଲକରେ ଆବେଦନ କରିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ତାଙ୍କର ଭତ୍ତା ହୋଇନାହିଁ। ଏଣେ ତାଙ୍କୁ ୬୦ ବର୍ଷ ହେଲାଣି। ଅର୍ଥାତ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ମଧ୍ୟ ସେ ଯୋଗ୍ୟ ହେଲେଣି। ଅସୁସ୍ଥ ରହୁଥିବାରୁ ଔଷଧ କିଣାରେ ବହୁ ଟଙ୍କା ଖର୍ଚ୍ଚ ହେଉଛି। ଭତ୍ତା ପାଇଲେ ସେଥିରୁ ଔଷଧ ଖର୍ଚ୍ଚ କରିପାରନ୍ତେ ବୋଲି କହିଛନ୍ତି। ଏ ସଂପର୍କରେ ବିଏସଏସଓ ଧର୍ମେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ଏବେ ଭତ୍ତାର ଟାର୍ଗେଟ ଆସିନାହିଁ, ଆସିଲେ ତାଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର