ଭୁବନେଶ୍ବର ପରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାରେ ଲାଗୁ ହେଲା ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ପ୍ରଶାସନ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବ୍ୟବସ୍ଥା କରିବା ପରେ ଅନ୍ୟାନ୍ୟ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ବ୍ୟତୀତ ଏହି ବ୍ୟବସ୍ଥା ଟ୍ରାକ୍ସି, ଅଟୋରିକ୍ସା ସମେତ ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ଲାଗୁ କରାଯାଇଛି।

କେନ୍ଦୁଝର ଜିଲ୍ଲା ପ୍ରଶାସନ ୫ଟି ପୌରାଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରିଛି। ଏଠାରେ ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଅଧାରରେ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲାର ୪ଟି ଏନ୍ଏସି- ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆରେ ମଧ୍ୟ ଜିଲ୍ଲାପାଳ ଯୁଗ୍ମ-ଅଯୁଗ୍ମ କଟକଣା ଲାଗୁ କରିଛନ୍ତି।
ଭଦ୍ରକ ଜିଲ୍ଲାର ପୌରାଞ୍ଚଳର ଅଟୋ ଚଳାଚଳ ଉପରେ ମଧ୍ୟ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଯୁଗ୍ମ ତାରିଖ ଦିନ ଯୁଗ୍ମ ନମ୍ବରବିଶିଷ୍ଟ ଏବଂ ଅଯୁଗ୍ମ ତାରିଖ ଦିନ ଅଯୁଗ୍ମ ସଂଖ୍ୟାବିଶିଷ୍ଟ ଅଟୋ ଚଳାଚଳ କରିବ।

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ମଧ୍ୟ ପୌରାଞ୍ଚଳରେ ଯାନବାହାନ ଚଳାଚଳ ନିମନ୍ତେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର