କଳା ଟଙ୍କା ଠାବ ପ୍ରସ˚ଗ : ୧୮ରେ ଏସ୍‌ଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ

କଟକ : ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତା ଜୁନ୍ ୧୮ ତାରିଖ ଦିନ କଟକଠାରେ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଗଠନ କରିଥିବା ଏସ୍‌ଆଇଟିର ପରବର୍ତ୍ତୀ ବୈଠକ ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସ˚ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍‌ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯିବ। ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ବେଆଇନ୍‌ ଖଣି କରାରବାର, ମାଫିଆ, ଡନ୍‌, ଧାର୍ମିକଗୁରୁଙ୍କ କଳାଧନ କାରବାର, ବିଭିନ୍ନ କାରବାରରେ ଚିଟ୍‌ଫଣ୍ତ୍‌ ଟଙ୍କାର ବିନିଯୋଗ, ରିଅଲ ଇଷ୍ଟେଟ, ଘରୋଇ ଶିକ୍ଷା ଅନୁଷ୍ଠାନ ଓ ଚ୍ୟାରିଟେବଲ୍‌ ଟ୍ରଷ୍ଟ୍‌ରେ କଳାଧନ ପ୍ରସ˚ଗ ସହିତ ବିଭିନ୍ନ ବ୍ୟାଙ୍କ୍‌ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯିବ। ରାଜ୍ୟର ଘ‌େରାଇ ‌ହସ୍ପିଟାଲ, ଧାର୍ମିକ ଗୁରୁ, ମାଫିଆ-ଡନଙ୍କ ଧନର ଉତ୍ସ ଉପରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ବିଦେଶରୁ କଳାଟଙ୍କା ଦେଶକୁ ଫେରାଇ ଆଣିବା ଏକ ସମୟ ସାପେକ୍ଷ ପ୍ରକ୍ରିୟା ହୋଇଥିବା ବେଳେ ଦେଶ ଭିତରେ କଳାଟଙ୍କା ଠାବ ପ୍ରସ˚ଗ ଉପରେ ବିଶେଷ ଭାବେ ଗୁରୁତ୍ବାରୋପ କରାଯିବ। ଭ୍ରଷ୍ଟାଚାର, କଳାଧନ ଓ ଜାଲ୍‌ ନୋଟ୍‌ କାରବାର ଉପରେ ଅଙ୍କୁଶ ପାଇଁ ସର୍ଜିକାଲ ଷ୍ଟ୍ରାଇକ ପରେ ପରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର କଳାଟଙ୍କା ଜବତ ଘଟଣା ସ˚ପର୍କରେ ତର୍ଜମା କରାଯିବ। କଳାଟଙ୍କାର ଉତ୍ସ ଉପରେ ଆଲୋଚନାରେ ବିଶେଷ ଭାବେ ଗୁରୁତ୍ବାରୋପ କରାଯିବାର ମଧ୍ୟ ଯୋଜନା ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ରେଭିନ୍ୟୁ ଇଣ୍ଟେଲିଜେନସ୍‌, ସେଣ୍ଟ୍ରାଲ ଏକ୍ସାଇଜ୍‌ ଓ କଷ୍ଟମ୍‌ସ, ଆଇବିଏମ୍‌, ସିବିଆଇ, ଆୟକର ବିଭାଗ, ରାଜ୍ୟ ପୁଲିସ ବିଭାଗ, ରାଜ୍ୟ କ୍ରାଇମବ୍ରାଞ୍ଚ୍‌, ଭିଜିଲାନ୍ସ ବିଭାଗ, ରାଜ୍ୟ ଖଣି ବିଭାଗ, ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର