ବସ୍ କର୍ମଚାରୀଙ୍କୁ ମାଡ୍‌ପିଟ୍ ଘଟଣା, ୬ ଗିରଫ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡ ସଦର ମହକୁମା ନୂତନ ବସଷ୍ଟାଣ୍ଡଠାରେ ଏକ ଯାତ୍ରୀବାହୀ ବସ୍‌ର କଣ୍ଡକ୍ଟରଙ୍କୁ ନୂତନ ବସଷ୍ଟାଣ୍ଡ ନିକଟରେ କିଛି ଅସାମାଜିକ ଯୁବକ ମାଡ଼ପିଟ କରିଥିଲେ। ଘଟଣାରେ କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିବା ସହିତ ୧୭ତାରିଖ ଦିନ ସମ୍ପୃକ୍ତ କଣ୍ଡକ୍ଟର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ନୂତନ ବସ୍‌ଷ୍ଟାଣ୍ଡକୁ ଗାଡ଼ି ଚଳାଚଳ ସ୍ବଭାବିକ ହୋଇନାହିଁ। ଏହି ବସଷ୍ଟାଣ୍ଡ ନିକଟରେ ମଦ ନିଶା କାରବାର ଯୋଗୁଁ ଗଣ୍ଡଗୋଳ ହେଉଥିବା ଅଭିଯୋଗ ରହିଛି। ତୁରନ୍ତ ବସଷ୍ଟାଣ୍ଡ ନିକଟରେ ଜବରଦଖଲ ହଟାଇବା ସହିତ ମଦ କାରବାର ବନ୍ଦ ନ ହେଲେ ନୂତନ ବସଷ୍ଟାଣ୍ଡକୁ ବସ୍‌ ଚଳାଚଳ ନ କରିବା ନିଷ୍ପତ୍ତି ହୋଇଛି। ଅଭିଯୋଗ ପରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତି ନୂତନ ବସଷ୍ଟାଣ୍ଡ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂତନ ବସଷ୍ଟାଣ୍ଡ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଖୁବ ଶୀଘ୍ର ବସଷ୍ଟାଣ୍ଡ ନିକଟରୁ ଜବରଦଖଲ ହଟାଇବା ପାଇଁ ନୋଟିସ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର