ପ୍ରମୁଖ ସଚିବ ପାହ୍ୟାକୁ ଗଲେ ଗୃହ ନିର୍ମାଣ ସଚିବ

ଆଉ ୬ଜଣ ଆଇଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ସଚିବ ତଥା ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଜି.ମାଧିଭାଥନନ୍‌ ପ୍ରମୁଖ ସଚିବ ପଦବିକୁ ପଦୋନ୍ନତି ପାଇଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଜାନୁଆରି ପହିଲାରୁ ତାଙ୍କର ପଦୋନ୍ନତି ଲାଗୁ ହେବ। ତେବେ ସେ ନିଜ ବିଭାଗରେ କାର୍ଯ୍ୟ କରିବେ।

ସେହିପରି ଆଉ ୬ଜଣ ଆଇଏଏସ୍‌ ଅଧିକାରୀଙ୍କୁ କନିଷ୍ଠ ପ୍ରାଶାସନିକ ଗ୍ରେଡ଼କୁ ପଦୋନ୍ନତି ମିଳିଛି। ସେମାନେ ଯୁଗ୍ମ ସଚିବ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଉଛନ୍ତି ରାଉରକେଲା ସ୍ମାର୍ଟସିଟି ସିଇଓ ରଶ୍ମୀତା ପଣ୍ଡା, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ସେସୁ, ଭୁବନେଶ୍ବରର ସିଇଓ ସାଦ୍ଦିକ୍‌ ଆଲାମ, କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି, ଟିଡିସିସିଓଏଲ୍‌ର ଏମ୍‌ଡି ମାନସୀ ନିମ୍ଭଲ୍‌ ଓ ପଞ୍ଚାୟତିରାଜ ବିଭାଗରେ ଭାରପ୍ରାପ୍ତ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ପ୍ରେମ୍‌ଚନ୍ଦ୍ର ଚୌଧୁରୀ। ପଦୋନ୍ନତି ପାଇଥିଲେ ବି ସେମାନେ ନିଜ ନିଜ ପଦବିରେ ରହି କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର